ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ମାନସିକ ଭାବେ ଦୃଢ ବ୍ୟକ୍ତିଙ୍କର ଥାଏ ଏମିତି ଲକ୍ଷଣ ...ଜାଣନ୍ତୁ

ନୂଆଦିଲ୍ଲୀ - ମାନସିକ ଭାବେ ସେହି ବ୍ୟକ୍ତି ଦୃଢ ଥା’ନ୍ତି , ଯିଏ ନିଜ ଜୀବନରେ ଆସୁଥିବା ସବୁ କଠିନ ପରିସ୍ଥିତିକୁ ସହଜରେ ଅତିକ୍ରମ କରି ପାରନ୍ତି ଏବଂ ଅନେକ ପ୍ରତିବନ୍ଧକ ଓ କଠିନ ସ୍ଥିତି ସତ୍ତ୍ୱେ ସର୍ବଦା ସକରାତ୍ମକ ରହିଥା’ନ୍ତି। ଏହି ସବୁ ମୁସ୍କିଲରୁ ଶିକ୍ଷା ଲାଭ କରି ଆଉ ଥରେ ସେହି ଭୁଲକୁ ଦୋହରାଇ ନଥାନ୍ତି। ମାନସିକ ଭାବେ ଦୃଢ (ମେଣ୍ଟାଲ ଷ୍ଟ୍ରଙ୍ଗ୍‌) ଥିବା ଲୋକଙ୍କ ଠାରେ ଏମିତି ହିଁ ଅନେକ ଲକ୍ଷଣ ସବୁ ଦେଖିବାକୁ ମିଳେ। ଯାହା ଯାହାରେ ଆମେ ଜାଣି ପାରିବା କିଏ ବେଶୀ ମାନସିକ ଭାବେ ଦୃଢ ବ୍ୟକ୍ତି।  

ନମନୀୟତା -  ମେଣ୍ଟାଲ ଷ୍ଟ୍ରଙ୍ଗ୍‌ ଲୋକଙ୍କର ପ୍ରଥମ ଲକ୍ଷଣ ତାଙ୍କର ନମନୀୟତା ହୋଇଥାଏ। ମାନସିକ ଭାବେ ଖୁବ୍ ଖୋଲା ବିଚାରର ହୋଇଥାନ୍ତି ଏବଂ ପରିବର୍ତ୍ତନକୁ ଅତି ଶୀଘ୍ର ଅପଡେଟ୍‌ କରି ନିଅନ୍ତି। ଯେଉଁଥିରେ ସେ ମସ୍ତିଷ୍କକୁ  ଖୁବ୍ ମୁକ୍ତ ଅନୁଭବ କରାଇଥାନ୍ତି । ଏମିତି ଲୋକ ଜୀବନରେ ଚ୍ୟାଲେଞ୍ଜକୁ ଖୁସି ଖୁସିରେ ସ୍ୱୀକାର କରିଥାନ୍ତି।

ଭୁଲ୍‌ରୁ ଶିକ୍ଷା ଲାଭ -   ମାନସିକ ଦୃଢ ବ୍ୟକ୍ତିଙ୍କ ନମନୀୟତା ହିଁ ତାଙ୍କୁ ଭୁଲ୍‌ରୁ ଶିଖିବାରେ ସାହାଯ୍ୟ କରିଥାଏ । ସେ ବିଫଳ ହେଲେ ନିଜର ଦୋଷାରୋପ କରନ୍ତି ନାହିଁ , ବରଂ ଆଗକୁ ବଢି ସେହି ଭୁଲ୍‌ ଗୁଡ଼ିକୁ ଗ୍ରହଣ କରି ଶିକ୍ଷା ଲାକ୍ଷ କରନ୍ତି । 

ସାହାଯ୍ୟ , ସହଯୋଗ – ମାନସିକ ଭାବେ ଦୃଢ ବ୍ୟକ୍ତିଙ୍କୁ  କାହାର ସପୋର୍ଟର ଆବଶ୍ୟକ ହୋଇ ନଥାଏ । ହେଲେ , ତଥାପି ସେ ସାଧାରଣ ଜୀବନ ଜିଇଁ ଥାନ୍ତି । ସୋସିଆ ସପୋର୍ଟ ପାଇଁ ପ୍ରସ୍ତୁତ ରହିଥାନ୍ତି । ସେ ଅନ୍ୟମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ମଧ୍ୟ ସର୍ବଦା ଆଗରେ ରହିଥାନ୍ତି ।

ସର୍ବଦା ଚେଷ୍ଟା କରିଥାନ୍ତି – ଯେବେ ବି ମେଣ୍ଟାଲ ଷ୍ଟ୍ରଙ୍ଗ୍‌ ବ୍ୟକ୍ତି କେଉଁ ଲକ୍ଷ୍ୟ ସ୍ଥିର କରିଥାନ୍ତି , ତାକୁ ହାସଲ କରି ହିଁ ଶାନ୍ତିର ନିଶ୍ୱାସ ନେଇଥାନ୍ତି । ସହଜରେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଅନ୍ତୁ ନାହିଁ ଏବଂ କେବେ ହାର୍‌ ମାନନ୍ତି ନାହିଁ। ଲକ୍ଷ୍ୟକୁ ପାଇବାରେ ନା ସେ କେବେ ଆଶା ଛାଡ଼ିଥାନ୍ତି ନା ନିରାଶା ଅନୁଭବ କରିଥାନ୍ତି।

ଧାର୍ମିକ ଭାବନା – ଯେଉଁ ଲୋକ ମାନସିକ ଭାବେ ଦୃଢ ଥାନ୍ତି , ସେମାନେ ନିଜର ଧର୍ମ ପ୍ରତି ଖୁବ୍‌ ବିଶ୍ୱାସ ରଖିଥାନ୍ତି । ଯାହା ଯାହାଯ୍ୟରେ ସେ ନିଜର ଇମୋସନକୁ ଆୟତ୍ତ କରି ପାରନ୍ତି। 

ନିଜକୁ ଆୟତ୍ତରେ ରଖିବା – ବାହାର ଦୁନିଆରେ ହେଉଖିବା ପରିବର୍ତ୍ତନ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ। ସେ ସଂପୂର୍ଣ୍ଣ ରୂପେ ନିଜକୁ ଆୟତ୍ତରେ ରଖିଥାନ୍ତି। 

ଆଶାବାଦୀ ହୋଇ ଥାନ୍ତି   - ମାନସିକ ଭାବେ ଦୃଢ ମଣିଷ ସଂପୂର୍ଣ୍ଣ ରୂପେ ଆଶାବାଦୀ ହୋଇଥାନ୍ତି। ନିଜର ଦୁର୍ବଳତା ଓ ଅଭ୍ୟାସକୁ ଚିହ୍ନି ପାରନ୍ତି। ଯେଉଁଥିରେ ତାଙ୍କ ମନରେ ସର୍ବଦା ପଜିଟିଭ୍‌ ଭାବନା ରହିଥାଏ ଏବଂ ସେ ବହୁ ଗୁଡ଼ିଏ ଜିନିଷକୁ ନେଇ ଆଶା ରଖିବାକୁ ପସନ୍ଦ କରିଥାନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.