ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ୭୪.୪୫ ପ୍ରତିଶତ ମତଦାନ

ଭୁବନେଶ୍ବର, ୨୬।୫ : ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ଶନିବାର ଶେଷ ହୋଇଛି। ତେବେ ରାଜ୍ୟରେ ୩ୟ ପର୍ଯ୍ୟାୟରେ ୭୪.୪୫ ପ୍ରତିଶତ ମତଦାନ ହୋଇଛି। ପୋଷ୍ଟାଲ ବାଲାଟକୁ ବାଦ୍ ଦେଇ ଉପରୋକ୍ତ ପ୍ରତିଶତ ମତଦାନ ହୋଇଛି ବୋଲି ସିଇସି କାର୍ଯ୍ୟାଳୟରୁ ଜଣାପଡିଛି। ତେବେ ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ସବୁଠାରୁ କମ୍ ମତଦାନ ହୋଇଛି।

 ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୭୯.୫୦ ପ୍ରତିଶତ ମତଦାନ ହୋଇଛି। ସେହିପରି କେନ୍ଦୁଝର ଲୋକସଭା କ୍ଷେତ୍ରରେ ୭୮.୯୭, ଢେଙ୍କାନାଳରେ ୭୮.୦୧, ପୁରୀରେ ୭୫.୪୩, କଟକରେ ୭୧.୨୦ ପ୍ରତିଶତ ମତଦାନ ହୋଇଛି। 

ସେହିପରି ଭୁବନେଶ୍ବର ଲୋକସଭା ଆସନରେ ୬୪.୪୯ ପ୍ରତିଶତ ମତଦାନ ହୋଇଛି। ମଧ୍ୟ ଭୁବନେଶ୍ବରରେ ୫୧.୨୩ ପ୍ରତିଶତ, ଉତ୍ତର ଭୁବନେଶ୍ବର ୫୩.୯୩ ପ୍ରତିଶତ, ଏକାମ୍ର ଭୁବନେଶ୍ବରରେ ୫୬.୪୨ ପ୍ରତିଶତ ମତଦାନ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.