ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରୁ ଧରାପଡ଼ିଲା ୯ କିଲୋ ସୁନା, ସିକ୍ରେଟ୍‌ ଚାମ୍ବରରେ ଥିଲା ୬୫ ସୁନା ବିସ୍କୁଟ

ଭୁବନେଶ୍ୱର, ୩୧/୦୩: କଟକ ମଙ୍ଗୁଳି ଟୋଲପ୍ଲାଜା ବା ବନ୍ଦାଳୋ ନିକଟରୁ ଏକ କାର୍‌ରୁ ମିଳିଛି ୯ କିଲୋ ୧୮୦ ଗ୍ରାମ ସୁନା । ରାଜସ୍ୱ ଗୁଇନ୍ଦା  ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଟିମ୍‌ ସୁନା  ଜବତ କରିବା ସହ ୨ ସ୍ମଗଲରଙ୍କୁ ଧରିଛନ୍ତି । ଜବତ ସୁନାର ମୂଲ୍ୟ ୬  କୋଟି ୪୪ ଲକ୍ଷ ୪୬ ହଜାର ଟଙ୍କା  ହେବ ବୋଲି ଡିଆର୍‌ଆଇ ପକ୍ଷରୁ  ସୂଚନା ମିଳିଛି । ୨ ସ୍ମଗଲର ଏତେ ପରିମାଣର ସୁନା କେଉଁଠାରୁ ଆଣିଲେ  ଓ ଟୁଇନ୍‌ ସିଟି(କଟକ ଓ ଭୁବନେଶ୍ୱର) ରେ କେଉଁ ସୁନା ବ୍ୟବସାୟୀଙ୍କୁ ଯୋଗାଇବାକୁ ଆସିଥିଲେ ସେନେଇ ୨ ଜଣଙ୍କୁ ଅଟକ ରଖି ପଚରାଉଚରା  ଚଳାଇଛି ଡିଆର୍‌ଆଇ ଟିମ୍‌ ।  

ମିଳିଥିବା ସୂଚନା ଅନୁଯାୟୀ, ଏକ କ୍ରେଟା କାର୍‌ରେ କୋଲକାତାରୁ ଟୁଇନ୍‌ ସିଟିକୁ ବହୁ ପରିମାଣର ସୁନା ଚାଲାଣ ହେଉଥିବା ସୂଚନା ମିଳିଥିଲା । ତେଣୁ ଡିଆର୍‌ଆଇର ଏକ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଛକି ରହିଥିଲେ । ଏହି ସମୟରେ ସେ କ୍ରେଟା କାର୍‌ ଆସି ଟୋଲ ପ୍ଲାଜାରେ ଲାଗିଥିଲା । ଟିମ୍‌ ଉକ୍ତ କାର୍‌କୁ  ଅଟକାଇ ଯାଞ୍ଚ କରିବା ବେଳେ କାର୍‌  ସିଟ୍‌ ତଳେ ଏକ ସିକ୍ରେଟ୍‌ ଚାମ୍ବରରୁ  ୬୫ଟି ସୁନା ବିସ୍କୁଟ୍‌ ମିଳିଥିଲା । ବିସ୍କୁଟ୍‌  ସବୁକୁ ବ୍ଲାକ ଟେପ୍‌ରେ ଗୁଡ଼ାଇ ରଖା  ଯାଇଥିଲା । ସୁନା ବିସ୍କୁଟ ସବୁକୁ ଓଜନ  କରିବାରେ ତାହା ୯ କିଲୋ ୧୮୦ ଗ୍ରାମ  ହୋଇଥିଲା । ଯାହାର ମୂଲ୍ୟ ୬ କୋଟି  ୪୪ ଲକ୍ଷ ୪୪ ହଜାର ଟଙ୍କା ହେବ ।  କାର୍‌ରେ ଥିବା ୨ ସ୍ମଗଲରଙ୍କୁ ସୁନା  ଚାଲାଣ ସଂପର୍କରେ ପଚରାଉଚରା  କରା ଯାଇଥିଲା । ସେମାନେ ସୁନା  ଚାଲାଣର କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ । ତେବେ  ଉଭୟ ସ୍ମଗ୍‌ଲରଙ୍କୁ ଜେରାବେଳେ ସୁନା  ବିଦେଶରୁ ଆସିଥିବା ଜଣାପଡ଼ିଛି ।  ବିଦେଶୀ ସ୍ମଗଲରଙ୍କ ଦ୍ୱାରା କୋଲକାତା  ଏୟାରପୋର୍ଟ ଦେଇ ବାହାରକୁ  ଆସିଛି । ସେଠାରୁ କାର୍‌ରେ କଟକ ଓ  ଭୁବନେଶ୍ୱରର କୌଣସି ବ୍ୟବସାୟୀଙ୍କ  ପାଖକୁ ଚାଲାଣ ହେଉଥିବା ଏକପ୍ରକାର  ଡିଆରଆଇ ଟିମ୍‌ ସ୍ପଷ୍ଟ ହୋଇଛି । ତେବେ  ତଦନ୍ତ ଜାରି ରହିଥିବାରୁ ଡିଆରଆଇ  ଏନେଇ ଅଧିକ ସୂଚନା ଦେଉନାହିଁ । 

ବିଶେଷକରି ବ୍ୟାଙ୍କକ୍‌ ଓ  ମାଲେସିଆର କୁଆଲାଲମ୍‌ପୁରରେ  ସୁନା ମୂଲ୍ୟ ବହୁତ କମ୍‌ । ସୁନା ସ୍ମଗଲରମାନେ ଏସବୁ ଦେଶରୁ ସୁନା ବିଭିନ୍ନ ଉପାୟରେ  ଆଣି ଭାରତର ବିଭିନ୍ନ ରାଜ୍ୟକୁ ଚାଲାଣ କରିଥାନ୍ତି । ଓଡ଼ିଶାକୁ  ପୂର୍ବରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର  ଦେଇ ଚାଲାଣ କରୁଥିଲେ । କଷ୍ଟମସ୍‌ ବିଭାଗକୁ ଚକ୍‌ମା ଦେବା  ପାଇଁ ସୁନା ସ୍ମଗ୍‌ଲରମାନେ ନୂଆ ନୂଆ ଉପାୟରେ ସୁନା ଚାଲାଣ କରିଥାନ୍ତି । ବିଦେଶରୁ ସ୍ମଗଲରମାନେ କେତେବେଳେ ସୁନାକୁ  ମଳଦ୍ୱାରରେ ଲୁଚାଇ ତ ଆଉ କେବେ ସାର୍ଟ ଓ ପ୍ୟାଣ୍ଟ୍‌ ବଟମରେ  ଲୁଚାଇ ଆଣନ୍ତି । ଆଉ କେହି ଗ୍ରାଇଣ୍ଡର ଭିତରେ ଲୁଚାଇ ଆଣିଥାନ୍ତି ।  କିଏ ସୁନା ଅଳଙ୍କାରରେ ରୁପା ଲେପ ଦେଇ ଲୁଚାଇ ଆଣିଥାନ୍ତି  ତ କିଏ ଟ୍ରଲିବ୍ୟାଗ୍‌ ଚକରେ ଓ ଆଉ କିଏ ସ୍କ୍ରୁଡ୍ରାଇଭର ଭିତରେ  ଲୁଚାଇ ଆଣିଥାନ୍ତି । କିଏ ପୁଣି ଜୋତା ଭିତରେ ଲୁଚାଇ ଆଣି  ଭୁବନେଶ୍ୱର ବିମାନ ବନ୍ଦରରୁ ଧରା ପଡ଼ିଛନ୍ତି । ତେବେ ଭୁବନେଶ୍ୱର  ବିମାନ ବନ୍ଦରରେ ବାରମ୍ବାର କଷ୍ଟମ୍‌ସ ବିଭାଗ ପକ୍ଷରୁ କଡ଼ାକଡ଼ି  ଯାଞ୍ଚ କରାଯାଇ ଧରପଗଡ଼ ହେବାରୁ ଏବେ ସ୍ମଗଲରମାନେ ଆଉ  ଭୁବନେଶ୍ୱର ବିମାନ ବନ୍ଦର ଦେଇ ଆସୁନାହାନ୍ତି । ବିଦେଶରୁ ସୁନା  ଆଣି କୋଲକାତା ବିମାନ ବନ୍ଦର ଦେଇ ଓଡ଼ିଶାକୁ ଟ୍ରେନ୍‌ ଓ କାର୍‌  ଯୋଗେ ଚାଲାଣ କରୁଛନ୍ତି । ଟିକସ ଫାଙ୍କିବା ପାଇଁ ସେମାନେ  ଏଭଳି କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.