ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଲକୋଟା ଜଙ୍ଗଲରୁ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ଗୋଳାବାରୁଦ ଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି/ପଡ଼ିଆ୨୪/୦୨: ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ସାମଗ୍ରୀ ଜବତ ହୋଇଛି । ତଥ୍ୟ ଅନୁଯାୟୀ ଆଜି ସକାଳେ ବି.ଏସ୍‌.ଏଫ୍‌. ୧୪୨ ବାଟାଲିୟନ ଯବାନ ମାନେ ବାପନପାଲ୍ଲୀ ଓ ସିଲାକୋଟା ମଧ୍ୟରେ ଥିବା ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିବା ବେଳେ ସିଲାକୋଟ ସଂରକ୍ଷୀତ ଜଙ୍ଗଲର ଗୋଟିଏ ଗଛ ମୂଳେ ମାଓ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ । ଉକ୍ତ ଅଂଚଳ ସର୍ଚ କରିବା ପରେ ସେହି ଅଂଚଳରୁ ତିନୋଟି ପ୍ରେସର ବୋମା, ୨୦ ମିଟର କୋଡେକ୍ସ ତାର, ୨୪ ଗୋଟି ଜିଲଟିନ ଷ୍ଟିକ୍‌, ୨ ବଣ୍ଡଲ ବିଦ୍ୟୁତ୍ ତାର ଜବତ କରିଛନ୍ତିା ତେବେ ଏହି ସାମଗ୍ରୀ ଗୁଡିକ ସିଲାକୋଟା ଜଙ୍ଗଲର ଆରମ୍ଭରୁ ୩୦୦ ମିଟରମଧ୍ୟରେ ତିନୋଟି ସ୍ଥାନରେ ସାମଗ୍ରୀ ଗୁଡିକ ମାଟି ତଳେ ପୋତା ହୋଇ ରଖା ଯାଇଥିଲ। । ପ୍ରକାଶ ଥାଉ କି, ୨୦୧୧ ମସିହାରେ ସିଲାକୋଟା ଏକଦା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିଲ। । ସିଲାକୋଟା ଜଙ୍ଗଲର ଏକ ମାଓ କ୍ୟାମ୍ପ ରେ ମାଓବାଦୀ ମାନେ ବୈଠକ କରୁଥିବା ସମୟରେ ଜବାନ ମାନଙ୍କ ଆକ୍ରମଣରେ ୧୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ସେଥିରେ ମାଲକାନଗିରି ଜିଲ୍ଲାର ଅନେକ ଯୁବକ ଯୁବତୀ ମୃତ୍ୟୁବରଣ କରିଥିଲୋ ତେବେ ଏହି ଜବତ ସାମଗ୍ରୀ ଗୁଡିକ ବହୁ ବର୍ଷ ପୂର୍ୱରୁ ଜବାନ ମାନଙ୍କୁ ଟାର୍ଗେଟ କରି ମାଟି ତଳେ ପୋତା ହୋଇଥିବା ସନ୍ଦେହ କରା ଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.