ଭବାନୀପାଟଣା : ଖେଳୁଥିବା ବେଳେ ଛାତରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଁର ବିମଲ ସେଠି(୧୦) ନିଜ ଘର ଛାତ ଉପରେ ଖେଳୁଥିବା ସମୟରେ ଅସାବଧାନତା ହେତୁ ଛାତରୁ ଖସି ପଡିଥିଲେ । ସେହି ସମୟରେ ଛାତରେ ଥିବା ଏକ ଲୁହା ରଡ଼ ତାଙ୍କ ପେଟର ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା । ସେ ସେହି ଅବସ୍ଥାରେ ରଡ଼ରେ ଝୁଲିକି ରହି ଯାଇଥିଲେ । ଜୀବନ ବିକଳରେ ଚିତ୍କାର କରିବାରୁ ଘର ଲୋକେ ଆସି ରଡ଼ଟିକୁ କାଟି ତାଙ୍କୁ ସେଠୁ ଉଦ୍ଧାର କରିଥିଲେ । ରଡ଼ ପଶିଥିବା ଅବସ୍ଥାରେ ହିଁ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜକୁ ଆଣି ଭର୍ତ୍ତି କରାଯାଇଛି । ବର୍ତମାନ ତାଙ୍କ ପେଟରୁ ରଡ଼ଟି ବାହାରି ନଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...