ପ୍ରମୂଖ ଖବର

ବୋରିଗୁମ୍ମା ଜାତୀୟ ରାଜପଥ ନିକଟ ରାସ୍ତା କଡ଼ରୁ ଅଜଣା ମୃତଦେହ ଉଦ୍ଧାର

ବୋରିଗୁମ୍ମା, ୨୫।୨: ବୋରିଗୁମ୍ମା ଜାତୀୟ ରାଜପଥ ୨୬ ନମ୍ବର ଅଞ୍ଚଳ ନିକଟ ରାସ୍ତା କଡ଼ରେ ଏକ ଅଚିହ୍ନା ମୃତଦେହ ପଡ଼ିରହିଛି । ମୃତଦେହକୁ ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । କ୍ଷତବିକ୍ଷତ ମୃତ ବ୍ୟକ୍ତିଙ୍କର ଗୋଟିଏ ଗୋଡ଼ ଏବଂ ଗୋଟିଏ ହାତ ଭାଙ୍ଗିଯାଇଛି । ଏହା ହତ୍ୟା ନା ଦୁର୍ଘଟଣା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ପୋଲିସ ସୂଚନା ଦେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.