ନୂଆଦିଲ୍ଲୀ ୧୮/୧୧: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ମିଚେଲ ମାର୍ଶଙ୍କ ୫ମାସ ତଳର ଭବିଷ୍ୟବାଣୀ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗତ ମେ’ ମାସ ଆଇପିଏଲ୍ ସମୟରେ ତାଙ୍କୁ ବିଶ୍ୱକପ୍ ଫାଇନାଲ୍କୁ ନେଇ ଭବିଷ୍ୟବାଣୀ କରିବାକୁ କୁହାଯାଉଥିଲା । ସେତେବେଳେ ମାର୍ଶ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ଏବଂ ଦଳଗତ ସ୍କୋର ବିଷୟରେ କହିଥିଲେ ।
ସେ କହିଥିଲେ, ଅଷ୍ଟ୍ରେଲିଆ ଅପରାଜେୟ ରହିବ । ଭାରତକୁ ପରାଜିତ କରିବ । ଫାଇନାଲ୍ରେ ଅଷ୍ଟ୍ରେଲିଆ ଇନିଂସ୍ ୨/୪୫୦ ଏବଂ ଭାରତ ୬୫ରେ ଅଲଆଉଟ୍ ହେବ ।’ ମାର୍ଶଙ୍କ ଭବିଷ୍ୟବାଣୀ ଅନୁସାରେ ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲ୍ରେ ପ୍ରବେଶ କରିଛନ୍ତି । କେବଳ ଦଳଗତ ସ୍କୋରକୁ ଅପେକ୍ଷା ରହିଛି ।
ସୂଚନାଯୋଗ୍ୟ, ଭାରତ କ୍ରମାନ୍ୱୟରେ ୧୦ଟି ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୦ଟିରୁ ୭ଟି ଜିତିବାରେ ସଫଳ ହୋଇଛି ।