ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସିଏମସିରେ ଧାରଣା ଦେଇଥିବା କର୍ପୋରେଟରଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି

 କଟକ, ୧୪।୧୧ କଟକ ମହାନଗର ନିଗମ ଦ୍ଵାରା ବାଲିଯାତ୍ରା ପ୍ରସ୍ତୁତିରେ ଅନିୟମିତତା ଓ ଅଧିକାରୀଙ୍କ ମନମୁଖୀ ବିରୋଧରେ ଧାରଣା ଦେଇଥିବା ବିରୋଧୀ କର୍ପୋରେଟରଙ୍କୁ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ଭେଟିଛନ୍ତି। ସିଏମସିରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବା ସହିତ ଲଢେ଼ଇ ଜାରି ରଖିବାକୁ  ଶ୍ରୀ ସାମଲ ପରାମର୍ଶ  ଦେଇଛନ୍ତି। କର୍ପୋରେଟର ମାନେ ଦାବି କରୁଥିବା ଅନୁସାରେ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। 

ଆସନ୍ତା ୨୦ରେ ବିଜେପି ଦ୍ଵାରା ସିଏମସି ଘେରାଉ କରାଯିବ। ଶ୍ରୀ ସାମଲଙ୍କ ସମେତ ବିଜେପି ରାଜ୍ୟ ଉପସଭାପତି ଡ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆହୁରି ପଢନ୍ତୁ : ଜୋତା ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଜୋତା ନଷ୍ଟ, ଜଣେ ଗୁରୁତର

Copyright © 2022 - Summa Real Media Private Limited. All Rights Reserved.