ଭୁବନେଶ୍ୱର ୧୬/୦୯: ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ଗଣପର୍ବ । ଏହି ପର୍ବକୁ ପଶ୍ଚିମଓଡ଼ିଶାର ଲୋକେ ୨ଦିନ ପାଳନ କରିଥାନ୍ତି । ନୂଆଖାଇ ପର୍ବ ଓ ନୂଅଖାଇ ଭେଟ୍ଘାଟ୍ ପାଇଁ ୨ଦିନ ଛୁଟି ହୋଇଥାଏ । ଦୁର୍ଭାଗ୍ୟର ବିଷୟ, ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ଓ ୨୧ରେ ବିଧାନସଭା ବୈଠକ ପାଇଁ ଘୋଷଣା କରିଛନ୍ତି । ନୂଆଖାଇ ପର୍ବ ୨୧ ତାରିଖରେ ହେଉଥିବାରୁ ପଶ୍ଚିମ ଓଡ଼ିଶାର ବିଧାୟକମାନେ ନିଜ ଅଞ୍ଚଳ ଛାଡ଼ି ଭୁବନେଶ୍ୱର ଯିବା ସମ୍ଭବ ନୁହେଁ । ଏହା ସତ୍ତେ୍ୱ ରାଜ୍ୟ ସରକାର ବିଧାନସଭା ଅଧିବେଶନ ଆରମ୍ଭ କରୁଛନ୍ତି । ଯାହାକି ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଉପହାସ ।
ପଶ୍ଚିମ ଓଡ଼ଶା ପ୍ରତି ରାଜ୍ୟ ସରକାରଙ୍କ ଏପରି ବୈମାତୃକ ମନୋଭାବ କାହିଁକି ବୋଲି ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି । ନୂଆଖାଇ ପରଦିନ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପରାମର୍ଶ କ୍ରମେ ତାକୁ ବିଜେପି ବିଧାୟକମାନେ ବର୍ଜନ କରିବେ ବୋଲି ଶ୍ରୀ ନାଏକ କହିଛନ୍ତି।