ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମନ୍ଦିର ନିକଟରୁ ଗୋମାଂସ ବୋଝେଇ କଣ୍ଟେନର ଜବତ, ଡ୍ରାଇଭର୍ ଓ ହେଲପର୍ ଅଟକ

ଛତ୍ରପୁର, ୦୪/୦୩ : ଛତ୍ରପୁର ଥାନା ଜାତୀୟ ରାଜପଥ ଉଜଳେଶ୍ୱର ମନ୍ଦିର ନିକଟରୁ ଏକ କଣ୍ଟେନରରୁ ଗୋରୁମାଂସ ଜବତ ହୋଇଛି। ବଜରଙ୍ଗଦଳ ପକ୍ଷରୁ ଏହି କଣ୍ଟେନେରକୁ ଜବତ କରାଯାଇଛି। ଛତ୍ରପୁର ପୋଲିସ ପହଞ୍ଚି ଡ୍ରାଇଭର୍ ଓ ହେଲପରକୁ ଅଟକ ରଖିଛି।

ସୂଚନାନୁଯାୟୀ, ଛତ୍ରପୁର ଥାନା ଜାତୀୟ ରାଜପଥ ଉଜଳେଶ୍ୱର ମନ୍ଦିର ନିକଟରେ ବଜରଙ୍ଗୀ ଦଳ ଏକ ଗୋମାଂସ ବୋଝେଇ କଣ୍ଟେନର ଜବତ କରିଛି। ଖବର ପାଇ ଆଇଆଇସି ନିରୋଦ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି କଣ୍ଟେନରକୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଗିରଫ କରିଛନ୍ତି। ଏହି ଗାଡ଼ିରେ ୨୧ ଟନ୍ ଗୋମାଂସ ଥିବା ବଜରଙ୍ଗଦଳ ଦାବୀ କରିଛି। 

ଏହି ମାଂସ ଗୁଡିକ ପ୍ୟାକେଟ କରି କଣ୍ଟେନରରେ ରଖାଯାଇଥିଲା। କଟକରୁ ହାଇଦ୍ରାବାଦ ଗୋମାଂସ ଚୋରା ଚାଲାଣ ହେଉଥିବା କୁହାଯାଉଛି। ପୂର୍ବରୁ ନିକଟସ୍ଥ ଚମାଖଣ୍ଡି ଥାନା ଅଧୀନରେ ବଜରଙ୍ଗଦଳ ଗୋମାଂସ ବୋଝେଇ କଣ୍ଟେନର ଓ ଟ୍ରକ୍ ଜବତ କରି ଥାନାରେ ଦେଇଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.