ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଦିଲ୍ଲୀ ଏୟାରପୋର୍ଟରେ ଅଶ୍ନୀର ଗ୍ରୋଭରଙ୍କୁ ଅଟକ , ପତ୍ନୀଙ୍କ ସହ ଆମେରିକା ଯିବାର ଥିଲା ପ୍ଲାନ

ନୂଆଦିଲ୍ଲୀ : ଫିନଟେକ୍‌ ଫର୍ମ ଭାରତପେର କୋ-ଫାଉଣ୍ଡର ଅଶ୍ନୀର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କୁ ଦେଶ ଛାଡି ଯିବାରେ ଲାଗିଛି ରୋକ୍‌। ଏହିଦୁଇ ଜଣଙ୍କ ବିରୋଧରେ ଜାରି ଲୁକ୍ ଆଉଟ୍‌ ସର୍କୁଲର (ଏଲଓସି)ର ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଇଟିର ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି କି , ଏହି ଦମ୍ପତି ଗୁରୁବାର ନ୍ୟୁୟର୍କ ପାଇଁ ପ୍ରସ୍ଥାନ କରୁଥିଲେ, ସେତେବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ତାଙ୍କୁ ରୋକି ଦିଆ ଯାଇଥିଲା। 

ଆସନ୍ତୁ ମାମଲା ବିଷୟରେ ଜାଣିବା – କହି ରଖୁଛୁ କି, ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଅନୁରୋଧରେ ଅଶ୍ନୀର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇ ଥିଲା। ଏହା ପୂର୍ବରୁ ଜୁନ୍‌ ମାସରେ ଇଓଡବ୍ଲ୍ୟୁ ଟଙ୍କାର ଦୁରୁପଯୋଗ ଓ ଭାରତପେ ଚଲାଉଥିବା ରେଜିଲିଏଣ୍ଟ ଇନୋଭେସନ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୮୧ କୋଟି ଟଙ୍କାର କ୍ଷତି ପହଞ୍ଚାଇବାର ଅଭିଯୋଗରେ , ଏହି ଦମ୍ପତିଙ୍କ ବ୍ୟତୀତ ପରିବାରର ଆଉ କିଛି ସଦସ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରି ଥିଲା। 

ମିଡ଼ିଆ ରିପୋର୍ଟ ମୁତାବିକ,  ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ଅନୁସାରେ, ଭାରତପେର ପରିଚାଳନାରେ କଥିତ ବିତ୍ତୀୟ ଅନିୟମିତତାର ଖୁଲାସା ହୋଇଛି। ଗ୍ରୋଭରଙ୍କ ପରିବାର ସହ ଜଡ଼ିତ ୮ଜଣ ଏଚଆର କନ୍ସସଲଟାନ୍ସି  ଫର୍ମ-ଟ୍ରୁ ୱାର୍କ କମ୍ପାନୀ , ଟିମ୍‌ ସୋର୍ସ ଓ ଇମ୍ପଲ୍ସ ମାର୍କେଟିଂ ବନ୍ଦ ବ୍ୟାଙ୍କ ଆକାଉଣ୍ଟ ସହ ବିଲ୍‌ ଦାଖଲ କଲେ , ଯାହା ଚାଲାଣର ସମ୍ଭାବିତ ଜାଲିଆତିର ସଙ୍କେତ ଦେଉଛି। ଯାଞ୍ଚରେ ଜଣାପଡ଼ିଛି କି, ଏହି ସବୁ ଅଲଗା ଅଲଗା ସଂସ୍ଥା ଗୋଟିଏ ହିଁ ରେଡିଷ୍ଟର୍ଡ ଠିକଣା ସେୟାର କରିଥିଲେ , ଯେଉଁଠିରେ ଏହାର ବୈଧବା ଓ ସ୍ୱତନ୍ତ୍ରତା ନେଇ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି। 

ଏହି ମଧ୍ୟରେ ଅଶ୍ନୀର ଗ୍ରୋଭର ଏକ ଟ୍ୱିଟ୍‌ରେ ଏସବିଆଇର ପୂର୍ବତନ ଚେୟାରମ୍ୟାନ ରଜନୀଶ ଅଗ୍ରୱାଲଙ୍କ ଉପରେ ବର୍ଷିଛନ୍ତି। ଅଶ୍ନୀର ଗ୍ରୋଭର ଟ୍ୱିଟରେ କହିଛନ୍ତି , ଆରମ୍ଭରୁ ଏକ ବଡ଼ ବ୍ୟବସାୟୀ ହେବା ସବୁଠୁ ମୁସ୍କିଲ କାମ। କୌଣସି ଏକ ବ୍ୟବସାୟକୁ ଉତ୍ତରାଧିକାରୀ ଭାବେ ପାଇବା ଓ ତାକୁ ସେହି ସ୍ତରରେ ଚଲାଇବା ଏବେ ବି କଠିନ। ସାବାସ୍‌ , ରଜନୀଶ କୁମାର। ମୋର ସନ୍ଦେହ କି,  ଚେୟାରମ୍ୟାନ ଭାବେ ଏସବିଆଇରେ ୮ ବିଲିୟନ ଡଲାର ଓ ଭାରତପେରେ ୩ ବିଲିୟନ ଡଲାର ନଷ୍ଟ କରିବା,  ଆପଣଙ୍କ ବିଶ୍ୱ ରେକର୍ଡ ମୋ ବିରୋଧରେ ମାମଲାର କୁକୁଡ଼ିରେ ଲୁଚି ଯାଇପାରେ।

Copyright © 2022 - Summa Real Media Private Limited. All Rights Reserved.