ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇକ ଦୁର୍ଘଟଣା, ଚାଳକ ଗୁରୁତର

ଖଜୁରୀପଡ଼ା,୫/୧୧ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଆର ନୂଆ ଗାଁଠାରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଚାଳକ ଜଣକ ଗୁରୁତର ହୋଇପଡ଼ିଛନ୍ତି । ଆହତ ଜଣକ ସୁଡ୍ରୁକୁମ୍ପା ପଞ୍ଚାୟତ ମାଦିକୁଲାର ସାଜନ ଘଟାଲ( ୩୨) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସାଜନ ବାଇକ ଯୋଗେ ଚକାପାଦରେ ଚାକିରୀ କରୁଥିବା ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଉଥିଲେ। ଖଜୁରିପଡ଼ା ଥାନା ଅନ୍ତର୍ଗତ ଆର ନୂଆଗାଁର ଗରାକୁମ୍ପାଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖଜୁରିପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଂକଟଜନକ ଥିବାରୁ ଫୁଲବାଣୀ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.