ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଜନ୍ମଦିନ ଉପହାର ପଠାଇଲେ ବଲିଉଡ୍‌ ଷ୍ଟାର ସୁନୀଲ ସେଟ୍ଟୀ, ଫୁଲବାଣୀର ଫ୍ୟାନ୍ ରିଣ୍ଟୁନ୍ ଖୁସ୍

ଫୁଲବାଣୀ, ୨୫/୦୯: ବଲିଉଡ୍‌ ସୁପର ଷ୍ଟାର ସୁନୀଲ  ସେଟ୍ଟୀ ଫ୍ୟାନ କ୍ଲବର ସଦସ୍ୟ ତଥା ଫୁଲବାଣୀ ସହର କେନ୍ଦୁପଦର ନିବାସୀ ରିଣ୍ଟୁନ ନାୟକଙ୍କ ପାଖକୁ ଜନ୍ମଦିନର ଶୁଭେଚ୍ଛା ସହ ଉପହାର ପଠାଇଛନ୍ତି । ସେ ଲଞ୍ଚ କରିଥିବା ମେଟାମ୍ୟାନ ବ୍ରାଣ୍ଡର ଅଳଙ୍କାର ଉପହାର ପଠାଇଛନ୍ତି ।  

ସୂଚନାଯୋଗ୍ୟ, କୋଭିଡ ସମୟରେ ସୁନୀଲ ସେଟ୍ଟୀଙ୍କ ଦ୍ୱାରା  ଚାଲିଥିବା ସହାୟତା କାର୍ଯ୍ୟକ୍ରମରେ ସାମିଲ ହୋଇ ରିଣ୍ଟୁନ ଏକ  ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏଥିପାଇଁ ତାଙ୍କୁ ମୁମ୍ବାଇ  ନିମନ୍ତ୍ରଣ କରି ସୁନୀଲ ସମ୍ବର୍ଦ୍ଧିତ କରିଥିଲେ । ଓଡିଶାରୁ ଏକମାତ୍ର  ବ୍ୟକ୍ତି ଭାବେ ସେ ଏହି ସୁଯୋଗ ପାଇଥିଲେ । ସୁନୀଲ ସେଟ୍ଟୀଙ୍କ ପାଖରୁ ଏଭଳି ଜନ୍ମଦିନର ଶୁଭେଚ୍ଛା ଓ ଉପହାର ପାଇବାକୁ  ଜୀବନର ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରିଣ୍ଟୁନ ।

Copyright © 2022 - Summa Real Media Private Limited. All Rights Reserved.