ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଏହି କାରଣରୁ ପଶୁ ପାଲଟି ଯାଉଥିଲା ସାଜିଦ୍‌ , ଏସଏସପି କଲେ ବଦାୟୁଁ ହତ୍ୟାକାଣ୍ଡର ଖୁଲାସା

ବଦାୟୁଁ – ବଦାୟୁଁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍। ଦୁଇ ନିରୀହ ନାବାଳକଙ୍କୁ ଛୁରିରେ ଗଳା କାଟି ହତ୍ୟାକାଣ୍ଡକୁ ଶୁକ୍ରବାର ଏସଏସପି ଆଲୋକ ପ୍ରିୟଦର୍ଶୀ ଖୁଲାସା କରିଛନ୍ତି। ପିଲାଙ୍କ ଜୀବନ ନେଇଥିବା ସାଜିଦ୍‌ଙ୍କୁ ପୁଲିସ ମଙ୍ଗଳବାର ରାତିରେ ଏନକାଉଣ୍ଟରରେ ମାରି ଦେଇଥିଲା। ତାର ଭାଇ ଜାବିଦ୍‌କୁ ଗୁରୁବାର ଗିରଫ କରିବା ପରେ ପଚରା ପଚରିରେ ପୂରା ମାମଲା ଆସିଛି ସାମନାକୁ। ଏସଏସପିଙ୍କର କହିବାନୁସାରେ, ନାବାଳିକଙ୍କ ଜୀବନ ନେଇଥିବା ସାଜିଦ ପିଲା ଦିନରୁ ବାରମ୍ୱାର ରୋଗରେ ପୀଡ଼ିତ ହେଉଥିଲା। ଅସୁସ୍ଥ ହେବା କ୍ଷଣି ସେ ଉଗ୍ର ହୋଇ ଉଠୁଥିଲା। ଏହି ସମୟରେ ତାକୁ କାବୁ କରିବା ମଧ୍ୟ ମୁସ୍କିଲ ହୋଇ ଯାଉଥିଲା। ଅନେକ ଥର ସେ ନିଜର ଜୀବନ ନେବାକୁ ବି ଚେଷ୍ଟା କରୁଥିଲା। ତାର ମାନସିକ ସ୍ଥିତି ବି ବାରମ୍ୱାର ବିଗିଡ଼ି ଯାଉଥିଲା।

ଏସଏସପିଙ୍କ ଅନୁସାରେ , ବିବାହ ପରେ ସାଜିଦଙ୍କ ପତ୍ନୀଙ୍କ ପେଟରେ ହିଁ ଅନେକ ଥର ଗର୍ଭ ନଷ୍ଟ ନେବାରେ ତାର ମାନସିକ ସ୍ଥିତି ଆହୁରି ଖରାପ ହୋଇ ଗଲା। ତାର ଚିକିତ୍ସା ମଧ୍ୟ କରାଯାଉ ଥିଲା। ଘଟଣା ଦିନ ସନ୍ଧ୍ୟାରେ ମଧ୍ୟ ତାର ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା। ଏହି ମଧ୍ୟରେ ସେ ଏକ ଦୋକାନରୁ ଛୁରି କିଣି ଆଣି ପଡ଼ୋଶୀ ବିନୋଦଙ୍କ ଘରେ ପଶି ଦୁଇ ନିରୀହ ନାବାଳିକଙ୍କର ହତ୍ୟା କରି ଦେଇଥିଲା। 

ଏସଏସପି ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଏହି ଆତଙ୍କ ପୂର୍ଣ୍ଣ ଘଟଣାରେ ବ୍ୟୋରା ମିଡ଼ିଆ ସହ ସେୟାର କରି ଥିଲେ। ଏସଏସପି ସାଜିଦର ଭାଇ ଜାବିଦ ଓ ପରିବାର ଲୋକଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ କହିଛି ତ ଦ୍ୱିପ୍ରହର ସମୟରେ ଦୁଇ ଭାଇ ନିଜ ଦୋକାନରେ ଥିଲେ। ସମୟ ସାଢେ ଗୋଟାଏ ପାଖାପାଖି ସାଜିଦ୍‌ ସ୍ୱାସ୍ଥ୍ୟ ଖରାପ ହେବା କଥା କହିଲା। ଏହାପରେ ଦୁହେଁ ଘରକୁ ଚାଲି ଗଲେ। ଘରେ ଜାବିଦ୍‌ଙ୍କୁ ଲାଗିଲା କି, ସାଜିଦର ଅବସ୍ଥା ଠିକ୍‌ ଅଛି। ସେମାନେ ଚିକେନ୍‌ ରୋଷେଇ କରି ଖାଇବାକୁ କଥା ହେଲେ। କିନ୍ତୁ ସାଜିଦ୍‌ର ବାନ୍ତି ହେବା କଥା କହିଲା। ଘରୁ ବାହାରକୁ ଆସିଲା। 

ସାଜିଦ୍‌ କିଛି ସମୟ ପରେ ଫେରି ଦେଖିଲେ ତା ହାତରେ ଛୁରି ଥିଲା। ଜାବିଦ୍‌ ଛୁରି ବିଷୟରେ ପଚାରିବାରୁ ସେ କିଛି କହି ନଥିଲା। ଏହାପରେ ହଠାତ୍‌ ସେ ପଡୋଶୀ ବିନୋଦଙ୍କ ଘରେ ପଶି ଯାଇଥିଲା। ଏହି ସମୟରେ ଜାବିଦ ଘର ବାହାରେ ଥିଲେ। ଘରେ ଥିବା ଦୁଇ ନାବାଳକଙ୍କୁ ସାଜିଦ୍‌ ଛୁରିରେ ଗଳା କାଟି ହତ୍ୟା କରି ଦେଇଥିଲା। କିଛି ସମୟ ପରେ ଜାବିଦ ତଳୁ ଦେଖିଲା କି ସାଜିଦ ରକ୍ତରେ ଜୁଡ଼ୁବୁଡ଼ୁ। ଏହି ସମୟରେ ଆଉ କିଛି ଲୋକ ମଧ୍ୟ ଜମା ହୋଇ ଯାଇଥିଲେ। ଲୋକଙ୍କ ହାତରେ ଧରା ହେବା ପୂର୍ବରୁ ଦୁଇ ଭାଇ ସେଠାରୁ ଫେରାର ହୋଇ ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଜିଦ ଜଙ୍ଗଲ ଆଡ଼କୁ ଯାଉ ଥିବାର କିଛି ଲୋକ ପୁଲିସକୁ କହିଥିଲେ । ପୁଲିସ ଘେରାବନ୍ଦୀ କରିବାରୁ ସାଜିଦ ଫାୟାରିଂ କରିଥିଲା । ଜବାବୀ ଫାୟାରିଂରେ ତାର ମୃତ୍ୟୁ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.