ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୋଟାରି କ୍ଳବ ଓ ଏକାମ୍ର ପାର୍କ ମର୍ଣ୍ଣିଂ ଓ୍ବାକର୍ସଙ୍କ ମିଳିତ ଉଦ୍ୟମରେ ଅଭିନବ ପ୍ରୟାସ; ଉଦ୍‌ଘାଟିତ ହେଲା ମୁକ୍ତାକାଶ ଜିମ୍‌

ଭୁବନେଶ୍ବର,୨୭/୦୧: ଜାନୁଆରୀ ୨୭ ତାରିଖ ଶନିବାର ଦିନ ଭୁବନେଶ୍ବର ସ୍ଥିତ ଏକାମ୍ର ପାର୍କରେ ଏକ ମୁକ୍ତାକାଶ ଜିମ୍‌ ଉଦ୍‌ଘାଟିତ ହୋଇଛି। ରୋଟାରି କ୍ଳବ୍‌ ଓ ଏକାମ୍ର ପାର୍କ ମର୍ଣ୍ଣିଂ ଓ୍ବାକର୍ସଙ୍କ ମିଳିତ ଉଦ୍ୟମରେ ଏହି ଓପନ୍‌ ଜିମ୍‌ର ପରିକଳ୍ପନା କରାଯାଇ‌ଥିଲା। ତେବେ ସକାଳ ୮ ଟା ସମୟରେ ରୋଟାରି କ୍ଳବ୍‌ର ସଦସ୍ୟ ଓ ମର୍ଣ୍ଣିଂ ଓ୍ବାକ୍‌ କରୁଥିବା ସମସ୍ତ ସଦସ୍ୟମାନେ ଏକାମ୍ର ପାର୍କରେ ଏକତ୍ରିତ ହୋଇଥିଲେ। 

ଏହି ଉଦ୍‌ଘାଟନି ମୁହୂର୍ତ୍ତରେ ମୁଖ୍ୟ ଅତିଥି ଭାବେ ଓଏଫଡିସି ଲିମିଟେଡ୍‌ର ସିଇଓ ଶ୍ରୀ ସୁରେଶ ପନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଡିସିନାଲ ପିସିସିଏଫ୍‌ ଡ. କେ ମୁରୁଗିସନ୍‌,  ୨୦୨୩-୨୪ର ରୋଟାରି ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ୨୦୨୪-୨୫ରୋଟାରି ଗଭର୍ଣ୍ଣର ଯଜ୍ଞଶିଷ ମହାପାତ୍ର ଏବଂ ଅନୀଲ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ। 

ପ୍ରତିଦିନ ଏକାମ୍ର କାନନ ବଟାନିକାଲ ଗାର୍ଗେନରେ ଅନେକ ଲୋକ ସକାଳ ସଞ୍ଜରେ ଚଲାବୁଲା କରିବାକୁ ଆସିଥାଆନ୍ତି। ଯୁବକଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଏହି ଓପନ୍‌ ଜିମ୍‌ର ଏକ ପରିକଳ୍ପନା କରାଯାଇଥିଲା। ତେବେ ଉଭୟ ରୋଟାରି କ୍ଳବ୍‌ର ସଦସ୍ୟ ଓ ମର୍ଣ୍ଣିଂ ଓ୍ବାକର୍ସ ଟିମ୍‌ର ମିଳିତ ପ୍ରୟାସରେ ଏହି ଓପନ୍‌ ଜିମ୍‌ର ଶୁଭ ଉଦ୍‌ଘାଟନ ହୋଇପାରିଛି। ଏହି ଜିମ୍‌ରେ ବ୍ୟାୟାମ କରିବା ପାଇଁ ସବୁ ପ୍ରକାର ଆଧୁନିକ ସରଞ୍ଜାମ ଖଞ୍ଜାଯାଇଛି। 

ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ଏହାର ଉଦ୍‌ଘାଟନ ପରେ ଏହି ଜିମ୍‌ରେ ବ୍ୟାୟାମ କରିଥିଲେ। ଯେଉଁ ଲୋକମାନେ ସେମାନଙ୍କ ବ୍ୟସ୍ତ ବହୂଳ ଜୀବନ ମଧ୍ୟରୁ କିଛି ସମୟ କାଢ଼ି ଚଲାବୁଲା କରିବାକୁ ଏହି ପାର୍କକୁ ଆସୁଛନ୍ତି ସେମାନଙ୍କ ପାଇଁ ବ୍ୟାୟାମ କରିବାକୁ ଏହି ଓପନ୍‌ ଜିମ୍‌ ବା ମୁକ୍ତାକାଶ ବାୟାମସ୍ଥଳିଟି ବିଶେଷ ଭାବେ ସହାୟକ ହେବ। 

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଓ ରାଜ୍ୟ ବାହାରେ ଏହଳି ଜନସ୍ବାର୍ଥ ସମ୍ଭଳିତ କାର୍ଯ୍ୟ କରିବାରେ ରୋଟାରି କ୍ଳବ୍‌ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ତେବେ ଏକାମ୍ର ପାର୍କରେ ଏହି ନୂଆ ଜିମ୍‌ ଉଦ୍‌ଘାଟନ ରୋଟାରି କ୍ଳବ୍‌ର ଅନ୍ୟତମ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.