ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଗତସିଂହପୁରରେ ରାଜନୈତିକ ଅଙ୍କକଷା, ବିଜେଡି ଟିକେଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା

ଜଗତସିଂହପୁର,୨୪/୦୨: ବିଜେଡି ପକ୍ଷରୁ ଟିକେଟ୍‌ ଘୋଷଣା ହୋଇନାହିଁ ।  ସମସ୍ତଙ୍କ ମୁହଁରେ କିନ୍ତୁ ଗୋଟିଏ କଥା, ନବୀନ ପଟ୍ଟନାୟକ ସର୍ବମାନ୍ୟ ନେତା । ସେ ଯାହାକୁ ଯେଉଁଠୁ ଚାହିଁବେ ସେଠାରେ ସେଇ ନେତା ବିଜେଡି ଟିକେଟରେ ବିଧାୟକ  ନିର୍ବାଚନ ଲଢ଼ିବେ । ଜଗତସିଂହପୁର ଜିଲ୍ଲାରେ କିନ୍ତୁ ବିଜେଡି ଟିକେଟ ଚୟନ ହୋଇ ସାରିଥିବା ନେଇ ପ୍ରବଳ ଚର୍ଚ୍ଚା ହେଉଛି । ସୋସିଆଲ୍‌ ମିଡିଆରେ ତ’ କିଏ କେଉଁଠୁ ଛିଡ଼ା ହେବ ସେକଥା ଦର୍ଶାଇ ଦିଆଗଲାଣି । ତେବେ ଏଥିରେ ସତ୍ୟତା ଥାଉ  ବା ନଥାଉ ଏଭଳି ଭାଇରାଲ୍‌ ପୋଷ୍ଟ୍‌କୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି । 

ଜଗତସିଂହପୁର ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ପ୍ରଶାନ୍ତ ମୁଦୁଲି ଓ ଅମରେନ୍ଦ୍ର ଦାସଙ୍କ ଭିତରୁ ଯିଏ ହେଲେ ଜଣେ ବିଜେଡି ଟିକେଟ ପାଇବେ ବୋଲି ପ୍ରଚାର ହେଉଛି । ଏମିତିକି ପ୍ରଶାନ୍ତ ପୁଣି ଦ୍ୱିତୀୟ ଥର ଏଠାରୁ ଲଢ଼ିବେ ଏବଂ ଅମରେନ୍ଦ୍ରଙ୍କୁ ନିଗମ ଦେଇ ସନ୍ତୁଷ୍ଟ କରାଯିବ ବୋଲି କଥା ଉଠୁଛି ।  ପାରାଦୀପ ନିର୍ବାଚନମଣ୍ଡଳୀରେ ସମ୍ବିତ  ରାଉତରାୟଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ଦଳ ଟିକେଟ ଦେବ ବୋଲି ପ୍ରଚାର  ହେଲାଣି । ଏପଟେ ଦୌଡ଼ରେ ବାପି ସର୍ଖେଲ କିମ୍ବା ତାଙ୍କ ପତ୍ନୀ ମୋନିଦୀପା ଥିବା ମଧ୍ୟ  ଚର୍ଚ୍ଚା ହେଉଛି । କେହି କେହି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଲବି ଥିବା କହୁଛନ୍ତି ।  ଏପଟେ ବିଜେପି ପଟକୁ ମଧ୍ୟ ବାପି ସର୍ଖେଲ ଢଳିପାରନ୍ତି ବୋଲି ଗୁଞ୍ଜରଣ ଖେଳିଛି ।  ବାଲିକୁଦା-ଏରସମାରେ ବି ରଘୁନନ୍ଦନ ଦାସ ଓ ଶାରଦା ଜେନା ଲବିରେ ଥିବା  କୁହାଯାଉଛି । 

ଏପରିକି ସାରଦା ବିଜେଡି ଟିକେଟ୍‌ର ନିକଟତର ବୋଲି କେହି କେହି  କହିଲେଣି । କିନ୍ତୁ ରଘୁନନ୍ଦନ ବାଜି ମାରିପାରନ୍ତି ବୋଲି କୁହାଯାଉଛି । ତିର୍ତ୍ତୋଲ  ନିର୍ବାଚନମଣ୍ଡଳୀ ବିଷୟରେ ଦଳ ଏବେଯାଏ ଚିନ୍ତା କରି ନଥିଲେ ସୁଦ୍ଧା ରାଜଶ୍ରୀ  ମଲ୍ଲିକଙ୍କୁ ଏଥରକ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବା ନେଇ ସନ୍ଦେହ ରହୁଥିବା  ଗୁଞ୍ଜରିତ ହେଲାଣି । ଆଜିଠୁ ଏପ୍ରକାର ରାଜନୈତିକ ଅଙ୍କକଷା ହଠାତ୍‌ ଜୋର୍‌  ଧରିଥିବାରୁ ଏଥିରେ ସତ୍ୟତା କମ୍‌ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି ।

Also Read :-

ଜୟଦେବ ନିର୍ବାଚନମଣ୍ଡଳୀରୁ କିଏ ହେବ ବିଜେଡି ପ୍ରାର୍ଥୀ ?

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.