ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ସବୁ ରାଜ୍ୟରେ ତିନି ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା , ପାଣିପାଗ ବିଭାଗର ସତର୍କ ସୂଚନା

ନୂଆଦିଲ୍ଲୀ : ଦେଶର ଅଧିକାଂଶ ରାଜ୍ୟରେ ପୁଣି ପ୍ରବଳ ଥଣ୍ଡା ଫେରିବ। ଉତ୍ତର ଭାରତରେ ଦିନରେ ଖରା ପଡ଼ୁଛି , ଯେଉଁଥିରେ ଲୋକଙ୍କୁ ମୁକ୍ତି ମିଳୁଛି। ହେଲେ ଏ ମଧ୍ୟରେ ପଶ୍ଚିମା ଝଡ଼ ଯୋଗୁଁ ଆଜି ଠାରୁ ୫ ଫେବ୍ରୁଆରୀ ଯାଏ ଅର୍ଥାତ୍‌ ତିନି ଦିନ ଯାଏ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି କି, ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତରେ ଏହି ବର୍ଷା ହେବ। ଏହି ସମୟରେ ପଞ୍ଜାବ, ହରିଆଣା ,ଚଣ୍ଡିଗଡ଼ , ଦିଲ୍ଲୀ , ଉତ୍ତରାଖଣ୍ଡ , ଉତ୍ତରୀ ରାଜସ୍ଥାନ , ଉତ୍ତରୀ ମଧ୍ୟ ପ୍ରଦେଶ , ଉତ୍ତର ପ୍ରଦେଶ ଓ ସବ୍‌ ହିମାଳୟୀ ପଶ୍ଚିମବଙ୍ଗ ଓ ସିକ୍କିମ୍‌ରେ ସର୍ବନିମ୍ନ ତାପମାତ୍ରା ୬ରୁ୧୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରେକର୍ଡ କରାଯାଉଛି। ଆଜି ସବୁଠୁ କମ୍‌ ତାପମାତ୍ରା ହରିଆଣାର କରନାଲରେ ୫.୪ଡିଗ୍ରୀ ସେଲସିୟସ୍‌ ରହିଛି। 

ମୌସୁମୀ ବିଭାଗ କହିଛି କି, ଜମ୍ମୁ କାଶ୍ମୀର , ଲଦ୍ଦାଖ, ଗିଲଗିଟ ,ବଲ୍ଟିସ୍ତାନ , ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡରେ ୩ ଓ ୪ ଫେବ୍ରୁଆରୀରେ ହାଲକାରୁ ମଧ୍ୟମ ଧରଣ ବର୍ଷା ଓ ବରଫପାତ ହେବ। ୫ଫେବ୍ରୁଆରୀରେ ମଧ୍ୟ ଝିପିଝିପି ବର୍ଷାର ସତର୍କ ସୂଚନା ରହିଛି। ଏହା ବ୍ୟତୀତ ପଞ୍ଜାବ, ହରିଆଣା,ଚଣ୍ଡିଗଡ଼ , ଦିଲ୍ଲୀ, ରାଜସ୍ଥାନରେ ୩ ଓ ୪ ଫେବ୍ରୁଆରୀରେ ବର୍ଷାର ସମ୍ଭାବନା ରହିଛି। ଏହା ବ୍ୟତୀତ ଏହି ସବୁ ରାଜ୍ୟରେ କୁଆପଥର ବର୍ଷିବାର ସୂଚନା ରହିଛି। ୟୁପିରେ ମଧ୍ୟ ୪ ଓ ୫ ଫେବ୍ରୁଆରୀରେ ବର୍ଷା ଓ କୁଆପଥର ବର୍ଷାର ଚେତାବନୀ ରହିଛି। 

ଅନ୍ୟପଟେ ଥଣ୍ଡା ଓ କୁହୁଡ଼ି କଥା ଯଦି କହିବା ତ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ , ଦିଲ୍ଲୀରେ ୫ ଓ ୬ ଫେବ୍ରୁଆରରେ ଘନ କୁହୁଡ଼ି ଜାରି ରହିବ। ଓଡ଼ିଶା, ଆସାମ, ମୋଘାଳୟ, ନାଗାଲ୍ୟାଣ୍ଡ, ମଣିପୁର , ମିଜୋରାମ , ତ୍ରିପୁରାରେ ୪ ଓ ୫ ଫେବ୍ରୁଆରୀରେ କୁହୁଡ଼ିର ସ୍ଥିତି ଜାରି ରହିବ। ଅନ୍ୟପଟେ ହିମାଚଳ ପ୍ରଦେଶରେ ୩ଓ ୪ ଫେବ୍ରୁଆରୀରେ ଦିନ ଥଣ୍ଡା ରହିବାର ସତର୍କ ସୂଚନା ଜାରି କରାଯାଇଛି। ଏହାସହ ଥଣ୍ଡାକୁ ନେଇ ପାଣିପାଗ ବିଭାଗ ଜଣାଇଛି ଖୁସି ଖବର କି ଆଗାମୀ ଦିନରେ ଥଣ୍ଡା ପାଗରେ ହ୍ରାସ ଘଟିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.