ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସୂର୍ଯ୍ୟ ଅଭିମୁଖେ ଇସ୍ରୋର ଆଦିତ୍ୟ ଏଲ-୧, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଲାଗିବ ୧୨୫ ଦିନ

ଶ୍ରୀହରିକୋଟା, ୦୨/୦୯: ଆନ୍ଧ୍ର ପ୍ରଦେଶର ଶୀହରିକୋଟା ସତୀଶ୍ ଧାୱନ ମହାକାଶ କେନ୍ଦ୍ରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଇସ୍ରୋ ପିଏସ୍ଏଲଭି ରକେଟର ସଫଳ ଉତକ୍ଷେପଣ କରିଛି । ଆଦିତ୍ୟ ଏଲ୍-୧କୁ ପିଏସ୍ଏଲଭି ରକେଟ୍ ଅନ୍ତରୀକ୍ଷରେ ଛାଡ଼ିବ । 

ଏହା ପ୍ରାୟ ୪ ମାସରେ ପୃଥିବୀରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର ଲାଗରେଞ୍ଜ ପଏଣ୍ଟ-୧ ବା ଏଲ୍‌-୧ ପଏଣ୍ଟର ଚାରିପାଖେ ଘୂରି ସୂର୍ଯ୍ୟରେ ଉଠୁଥିବା ଝଡ଼କୁ ବୁଝିବ । ଏଥିସହ ମ୍ୟାଗ୍ନେଟିକ୍‌ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ର, କ୍ରୋମୋସ୍ଫିୟର, ଫଟୋସ୍ଫିୟର ସମେତ ସୋଲାର ୱିଣ୍ଡ୍‌ ଭଳି ଘଟଣାକୁ ମଧ୍ୟ ଏହା ଅଧ୍ୟୟନ କରିବ । ଆଦିତ୍ୟ ଏଲ୍‌-୧ରେ ୭ଟି ପେଲୋଡ୍‌ ଲାଗିଛି । ଏହାକୁ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ହେଲୋ ଅର୍ବିଟରେ ସ୍ଥାପନ କରାଯିବ ।

କେତେ ଶକ୍ତିଶାଳୀ ଆଦିତ୍ୟ L1କୁ ଅନ୍ତରୀକ୍ଷରେ ଅବସ୍ଥାପିତ କରିବାକୁ ଥିବା ପିଏସ୍ଏଲଭି ରକେଟ୍ ?

ଏଲ୍‌-୧ ପଏଣ୍ଟର ଚାରିପାଖରେ ଥିବା କକ୍ଷପଥକୁ ହେଲୋ ଅର୍ବିଟ କୁହାଯାଏ । ଏହି ଅର୍ବିଟରେ ରଖା ଯାଉଥିବା ସାଟେଲାଇଟ ବା ଉପଗ୍ରହ ସୂର୍ଯ୍ୟକୁ ବିନା କୌଣସି ଗ୍ରହଣରେ ଲଗାତର ଦେଖିପାରିବ । ଆଦିତ୍ୟ ଏଲ୍‌-୧ ବାସ୍ତବ ସମୟ ସୋଲାର ଆକ୍ଟିଭିଟି ବା ସୌର କାର୍ଯ୍ୟକଳାପ, ସୌରଝଡ଼ ଏବଂ ମହାକାଶର ପାଣିପାଗ ଉପରେ ମଧ୍ୟ ନଜର ରଖିବ । 

ଏଥିରେ ଥିବା ପେଲୋଡ୍‌ କୋରୋନାଲ ହିଟିଂ, କୋରୋନାଲ୍‌ ମାସ୍‌ ଇଜେକ୍ସନ, ପ୍ରି-ଫ୍ଲେୟାର ଏବଂ ଫ୍ଲେୟାର ଆକ୍ଟିଭିଟିର ବିଶେଷତ୍ୱ, କଣିକାଗୁଡ଼ିକର ଗତିବିଧି ସହ ମହାକାଶୀୟ ପାଣିପାଗକୁ ଭଲ ଭାବେ ବୁଝିବା ଦିଗରେ ତଥ୍ୟ ଦେବ । ସୂର୍ଯ୍ୟର ଉପର ବାୟୁମଣ୍ଡଳ ଉପରେ ଏହି ମିଶନ ଜରିଆରେ ଅଧ୍ୟୟନ କରାଯିବ । ସୂର୍ଯ୍ୟର କ୍ରୋମୋସ୍ଫିୟର, କୋରୋନା ହିଟିଂ, ଆଂଶିକ ଭାବେ ଆୟୋନାଇଜ୍‌ ହେଉଥିବା ପ୍ଲାଜମା , କୋରୋନାଲ ମାସ୍‌ ଇଜେକ୍ସନ ଇନ୍‌ଫ୍ଲେସନ ଅଫ୍‌ ଫ୍ଲେୟାର ପଛରେ ଥିବା ପଦାର୍ଥ ବିଜ୍ଞାନକୁ ଏହା ମାଧ୍ୟମରେ ବୁଝାଯିବ । 

ସୌର କୋରୋନାରେ ଚୁମ୍ବକୀୟ କ୍ଷେତ୍ର ବାବଦରେ ତଥ୍ୟ ହାସଲ ସହ ମହାକାଶୀୟ ପାଣିପାଗର ପରିଚାଳକ ଯଥା ସୌର ପ୍ରବାହର ଉତ୍ପତ୍ତି, ସଂରଚନା ଏବଂ ଗତିଶୀଳତା ଉପରେ ମଧ୍ୟ ଏହି ମିଶନ ଜରିଆରେ ଅଧ୍ୟୟନ କରାଯିବ ।

କେଉଁ ଏଜେନ୍ସି କରିଛି ସୂର୍ଯ୍ୟ ମିଶନ, ଜାଣନ୍ତୁ କିଏ ହୋଇଥିଲେ ସୂର୍ଯ୍ୟଙ୍କ ସବୁଠୁ ନିକଟତର..

PSLV ରକେଟର ଉଚ୍ଚତା ୧୪୫.୬୨ ଫୁଟ୍ ହୋଇଥିବା ବେଳେ ଉତକ୍ଷେପଣ ବେଳେ ଏହାର ଓଜନ ୩୨୧ ଟନ୍ ରହିବ । ଏହି ରକେଟର ୪ଟି ଭାଗ ରହିଛି । ଆଦିତ୍ୟ ଏଲ୍-୧କୁ ପିଏସଲଏଭି ରକେଟ ପୃଥିବୀର ନିମ୍ନ କକ୍ଷରେ ଛାଡ଼ିବ । ଯାହାର ସର୍ବନିମ୍ନ ଦୂରତା ପୃଥିବୀ ଠାରୁ ୨୩୫ କିଲୋମିଟର ଏବଂ ସର୍ବାଧିକ ଦୂରତା ୧୯, ୫୦୦ କିଲୋମିଟର ରହିବ । 

ଆଦିତ୍ୟ ଏଲ୍-୧ର ଓଜନ ୧୪୮୦.୭ କିଲୋଗ୍ରାମ୍ । ଉତକ୍ଷେପଣର ପ୍ରାୟ ୬୩ ମିନିଟ୍ ପରେ ରକେଟରୁ ଅଲଗା ହୋଇଯିବ ଆଦିତ୍ୟ ଏଲ୍-୧ ସ୍ପେଶକ୍ରାଫ୍ଟ । ମାତ୍ର ୨୫ ମିନିଟରେ ପିଏସ୍ଏଲଭି-ଏକ୍ସଏଲ୍ ରକେଟ୍ ଆଦିତ୍ୟକୁ ନିର୍ଦ୍ଧାରିତ କକ୍ଷରେ ପହଞ୍ଚାଇ ଦେବ । ଏହା ଏହି ରକେଟର ଲମ୍ବା ଉଡ଼ାଣ ମଧ୍ୟରୁ ଅନ୍ୟତମ ହେବ । 

ଇସ୍ରୋର ବୈଜ୍ଞାନିକଙ୍କ ଅନୁସାରେ, ରକେଟ୍ ପାଇଁ ସ୍ୱତନ୍ତ୍ର ଆରେଞ୍ଜମେଣ୍ଟ ଅଫ୍ ପରିଜି କରାଯାଇଛି । ଏଥିପାଇଁ ରକେଟର ଚତୁର୍ଥ ପର୍ଯ୍ୟାୟ ଗୋଟିଏ ଥରରେ ଆଦିତ୍ୟକୁ ନିର୍ଦ୍ଧାରିତ ଅର୍ବିଟରେ ପହଞ୍ଚାଇବ ନାହିଁ । ପ୍ରଥମେ ୩୦ ସେକେଣ୍ଡ ଅନ୍ ହେବ । ଆଦିତ୍ୟ ନିର୍ଦ୍ଧାରିତ ଏଓପି ହାସଲ୍ କରିବା ପରେ ହିଁ ଚତୁର୍ଥ ଷ୍ଟେଜ୍ ତାକୁ ଛାଡ଼ିବ ।

ଓଡ଼ିଶାର ୭ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ୍‌, ସ୍ୱୀକୃତି ଅପେକ୍ଷାରେ ଖଜୁରି ଗୁଡ଼,ମଗ୍‌ଜି ଲଡୁ

Aditya L1
PSLV
ISRO

Copyright © 2022 - Summa Real Media Private Limited. All Rights Reserved.