କାଶୀପୁର ୦୭/୦୯: କାଶୀପୁର ବ୍ଲକ ଦୁଦୁକା ପଞ୍ଚାୟତ ମଇଲ ଗୁଡ଼ା ଗ୍ରାମର ଜଣେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାର ଜଣାଯାଇଛି।ଆକ୍ରାନ୍ତ ବ୍ୟକ୍ତି ଜଣକ ଗତକାଲି ଟିକିରି ପିଏଚସି କୁ ଚିକିତ୍ସା ପାଇଁ ଯାଇଥିଲେ ।କିନ୍ତୁ ତାଙ୍କୁ ଟିକିରି ଠାରୁ ରାୟଗଡ଼ା ଡାକ୍ତର ଖାନା ରେଫର କରାଯାଇ ଥିଲା ।ସେଠାରୁ ସେ ଫେରି ଆସି ଉତ୍କଳ ଆଲୁମିନାର ନୂଆ ପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣା ଯାଇଛି ।
ଆକ୍ରାନ୍ତ ହାତର ଆଙ୍ଗୁଠି ଏବଂ ଗୋଡ଼ରେଘା, ଫୋଟକା ମାନ ବାହାରି ଯନ୍ତ୍ରଣା ହେଉଛି ।ଗତ ଦିନରେ କାଶୀପୁର ବ୍ଲକ କପାଡ଼ାଙ୍ଗଗ୍ରାମରେ ପ୍ରଥମ ଥର ପାଇଁ ଏହି ରୋଗ ଦେଖା ଦେଇଥିଲା ।ଚିକିତ୍ସିତ ହେବାରେ ବିଳମ୍ବ ହେତୁ ଆକ୍ରାନ୍ତ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।ଆନ୍ଥ୍ରାକ୍ସରେ ଆକ୍ରାନ୍ତ ପଶୁଙ୍କ ଠାରୁ ମଣିଷଙ୍କୁ ଏହି ରୋଗ ବ୍ୟାପୁଥିବା ଜଣା ଯାଇଛି । ଏହି ରୋଗରେ ମୃତ ପଶୁର ମାଂସ କାଟିବା ,ଖାଇବା ଫଳରେ ମଣିଷକୁ ଏବଂ ଆକ୍ରାନ୍ତ ପଶୁକୁ ଗୁହାଳରେ ଏକାଠି ରଖିବା ଦ୍ଵାରା ଅନ୍ୟପଶୁମାନେ ମଧ୍ୟ ଏହି ରୋଗରେ ସଂକ୍ରମିତ ହେବାର ସମ୍ଭାବନା ରହିଥିବାର ପ୍ରାଣୀ ଚିକିତ୍ସକ ଠାରୁ ଜଣା ଯାଇଛି ।
ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ଗତ ସପ୍ତାହ ତଳେ ମେଣ୍ଢା ମାଂସ ଖାଇଥିଲେ।ତାଙ୍କ ସହିତ ଗ୍ରାମର ଆଉ କିଛି ଜଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ମାଂସ କିଣି ନେଇଖାଇ ଥିବାର କହିଛନ୍ତି ।ଆନ୍ଥ୍ରାକ୍ସ ରୋଗର ନିରାକରଣ ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ପ୍ରାଣୀବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।