ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ର ଚତୁର୍ଥ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କଲା ଭାରତ; ୨୦ ରନ୍‌ରେ ହାରିଲା କଙ୍ଗାରୁ ଟିମ୍‌

ରାୟପୁର,୦୧/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଭାରତ ବିଜୟୀ ହେବା ସହିତ ସିରିଜ୍‌କୁ କବ୍‌ଜା କରିଛି। ଭାରତ ୩-୧ରେ ଅଗ୍ରଣୀ ରହିଛି। ତେବେ ସିରିଜ୍‌ର ପଞ୍ଚମ ତଥା ଚୁଡ଼ାନ୍ତ ମୁକାବିଲା ଡିସେମ୍ବର-୩ ତାରିଖରେ ଖେଳାଯିବ। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ୍ ହେଡ୍ ସର୍ବାଧିକ ୩୧ ରନ୍ କରିଥିବା ବେଳେ ମାଥ୍ୟୁ ଶର୍ଟ ୨୨ ଓ କ୍ୟାପ୍ଟେନ୍ ୱେଡ ୩୬ ରନ୍ କରିଥିଲେ।  ଆଜିର ମ୍ୟାଚ୍‌ରେ ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ ହରାଇ ୧୭୪ ରନ୍ କରିଥିଲା। ଲକ୍ଷ୍ୟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୫୪ ରନ୍ କରିଛି।

ଆଜିର ମ୍ୟାଚ୍‌ରେ ଆରମ୍ଭରୁ ଅଷ୍ଟ୍ରେଲିଆର ବ୍ୟାଟିଂ ଭଲ ‌ଥିଲା। ଟ୍ରାଭିସ୍ ହେଡ୍ ଜବରଦସ୍ତ ଶର୍ଟ ଖେଳି ଦଳର ସ୍କୋରକୁ ବଢ଼ାଇ ନେଉଥିଲେ। କିନ୍ତୁ ୩.୧ ଓଭରରେ ଜସ୍ ଫିଲିପ୍ସ(୮ ବଲ୍ ୮ ରନ୍) ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ୪.୪ ଓଭରେ ଟ୍ରାଭିସ୍ ହେଡ୍(୧୬ ବଲ୍ ୩୧ ରନ୍) ଆଉଟ୍ ହୋଇଥିଲେ। ପରେ ପରେ ଲଗାତର ଓ୍ବିକେଟ ହରାଇଥିଲା ଅଷ୍ଟ୍ରେଲିଅେ। ପରେ ଆରୋନ ହାର୍ଡି(୯ ବଲ୍ ୮ ରନ୍), ୧୧.୨ ଓଭରରେ ବ୍ୟାନ୍ ମାକ୍ଡରମୋଟ(୨୦ ବଲ ୧୯ ରନ୍), ଟିମ ଡାଭିଡ୍(୨୦ ବଲ୍ ୧୯ ରନ୍),ମାଥ୍ୟୁ ଶର୍ଟ(୧୯ ବଲ ୨୨ ରନ୍),ବେଲ ଦ୍ୱାରସୁଇସ(୨ ବଲ ୧ ରନ୍) କରି ଆଉଟ୍ ହୋଇଥିଲେ। ଶେଷ ପର୍ଯ୍ୟନ୍ତ କ୍ୟାପ୍ଟେନ୍ ୱେଡ୍ ଓ କ୍ରିସ୍ ଗ୍ରୀନ ବ୍ୟାଟିଂ ଜାରି ରଖିଥିଲେ। ହେଲେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ କେବଳ ୧୫୪ ରନ୍ କରିବାରେ ସକ୍ଷମ ହୋଇଥିଲା। 

ଭାରତର ବୋଲିଂ- 

ଭାରତ ପକ୍ଷରୁ ବୋଲରଙ୍କର ମାପଚୁପ ବୋଲିଂ ଦଳକୁ ବିଜୟ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦଳ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଦୀପକ ଚହର ଦୁଇଟି ଓ ଆଭେସ୍‌ ଖାନ୍‌ ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଥିଲେ। ତେବେ ଏହି ବିଜୟ ସହିତ ଭାରତ ସିରିଜ୍‌ କବ୍‌ଜା କରିଛି।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.