ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ରୋହିତ-ଶୁବମନଙ୍କ ଦମଦାର ପ୍ରଦର୍ଶନ; ନେପାଳ ବିପକ୍ଷ ମ୍ୟାଚ୍‌କୁ ସହଜରେ ଜିତିଲା ଟିମ୍‌ ଇଣ୍ଡିଆ

image courtesy: abp

ପାଲ୍ଲିକଲ,୦୪/୦୯: ଏସିଆ କପ୍‌ ୨୦୨୩ର ଗ୍ରୁପ୍‌ ଏ ୫ମ ମ୍ୟାଚ୍‌ ନେପାଳ ସହିତ ଶ୍ରୀଲଙ୍କାର ପାଲେକେଲ୍‌ ଷ୍ଟାଡିୟମରେ ସୋମବାର ଖେଳାଯାଇଛି। ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ନେପାଳ ୪୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇଥିଲା। ପରେ ମଇଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ। ବର୍ଷାଯୋଗୁ ବାଧାପ୍ରାପ୍ତ ହୋଇଥିଲା ମ୍ୟାଚ୍‌। ତେବେ ପରେ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଗ୍ରୁପ ଏର ବର୍ଷା ବାଧାପ୍ରାପ୍ତ ଶେଷ ଲିଗ୍ ମ୍ୟାଚ୍ରେ ନେପାଳକୁ ଡକ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ୧୦ ଓ୍ଵିକେଟ୍ରେ ପରାସ୍ତ କରିଛି। 

ଡିଏଲଏସ ଅନୁସାରେ ଧାର୍ଯ୍ୟ ୧୪୫ ରନର ବିଜୟ ଲକ୍ଷ୍ୟକୁ ଭାରତ ୨୦.୧ ଓଭରରେ ବିନା ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଅଧିନାୟକ ରୋହିତ ଶର୍ମା ୭୪ ରନ ଓ ଶୁଭମନ ଗିଲ୍ ୬୭ ରନର ଅପରାଜିତ ଇନିଂସ ଖେଳି ଦଳକୁ ସହଜ ବିଜୟ ଦେଇଛନ୍ତି। ମ୍ୟାଚ୍ ଜିତିବା ସହ ଗ୍ରୁପ ଏରୁ ପାକିସ୍ତାନ ପରେ ଭାରତ ସୁପର-୪ରେ ପ୍ରବେଶ କରିଛି। ନେପାଳ ପ୍ରଥମ ଦଳ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।  ପ୍ରଥମେ ବ୍ୟାଟିଂ କରି ନେପାଳ ୪୮.୨ ଓଭରରେ ୨୩୦ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଆସିଫ ଶେଖ ସର୍ବାଧିକ ୫୮ ରନର ଇନିଂସ ଖେଳିଥିବା ବେଳେ ସୋମପାଲ୍ କମି ୪୮ ରନ କରିଥିଲେ।

Copyright © 2022 - Summa Real Media Private Limited. All Rights Reserved.