ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତର ଫେଲ୍‌ ମିଶନ୍‌ ଜାପାନକୁ ଦେଲା ସଫଳତା, JAXA ଲ୍ୟାଣ୍ଡର ଲାଗି କିଭଳି ଗାଇଡ୍‌ ପାଲଟିଲା ଚନ୍ଦ୍ରଯାନ-୨ର ଅର୍ବିଟର ?

Image Courtesy: globelynews

ନୂଆଦିଲ୍ଲୀ: ଜାପାନର ‘ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍‌ ମୁନ୍‌’ (ଏସଏଲ୍‌ଆଇଏମ୍‌)ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜାନୁଆରୀ ୨୦ରେ ଲ୍ୟାଣ୍ଡ ହୋଇଛି । ଏନେଇ ଜାପାନର ସ୍ପେଶ୍‌ ଏଜେନ୍ସି ‘ଜାପାନ ଏରୋସ୍ପେଶ ଏକ୍ସପ୍ଲୋରେସନ୍‌ ଏଜେନ୍ସି’ (JAXA) ସୂଚନା ଦେଇଛି । ଲ୍ୟାଣ୍ଡର ପାଇଁ ଯେଉଁ ସ୍ଥାନ ନିରୂପଣ ହୋଇଥିଲା ଏହାର ୫୫ ମିଟର ପୂର୍ବରେ ଲ୍ୟାଣ୍ଡର ଲ୍ୟାଣ୍ଡ କରିଛି । ତେବେ ଜାପାନର ଏହି ମୁନ ମିଶନରେ ଭାରତର ଯୋଗଦାନ ରହିଛି । 

ଭାରତ ଏକ ଚନ୍ଦ୍ର ମିଶନ ମାଧ୍ୟମରେ ଜାପାନର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିପାରିଛି । ଏସଏଲ୍‌ଆଇଏମ୍‌ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠ ପଠାଇବାରେ ଭାରତର ଦ୍ବିତୀୟ ମୁନ୍‌ ମିଶନ୍‌ ବା ଚନ୍ଦ୍ରଯାନ-୨ ସହାୟତା କରିଛି । ହେଲେ ଏହି ମିଶନ ପ୍ରାୟତଃ ବିଫଳ ହୋଇଥିଲା ବୋଲି କୁହାଯାଏ । ତଥାପି ଚନ୍ଦ୍ରଯାନ-୨ର ଅର୍ବିଟର ଭାରତ ଏବଂ ଅନ୍ୟ ଦେଶର ଲ୍ୟାଣ୍ଡରକୁ ସହାୟତା କରୁଛି । ଜାକ୍ସା ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତର ଚନ୍ଦ୍ରଯାନ-୨ ଚନ୍ଦ୍ରର ଟପୋଗ୍ରାଫିକୁ ରେକର୍ଟ କରିଛି । ଏହା ସହ ସ୍ଲିମ୍‌ ଲ୍ୟାଣ୍ଡରର ନେଭିଗେସନ କ୍ୟାମେରା ସାହାଯ୍ୟରେ ଫଟୋ ଉତ୍ତୋଳନ କରିଛି ।

ଏହି ଫଟୋ ସାହଯ୍ୟରେ ଅବତରଣ ସମ୍ଭବ ହୋଇପାରିଲା ବୋଲି ଜାକ୍ସା ପକ୍ଷରୁ କୁହାଯାଇଛି । ସେପଟେ ଭାରତର ସ୍ପେଶ ଏଜେନ୍ସି ଇସ୍ରୋ ଅନୁସାରେ, ଜନ୍ଦ୍ରଯାନ-୨ ଯଦିଓ ନିଜର ମୂଳ ଲକ୍ଷ୍ୟ ହାସଲ କରିପାରି ନାହିଁ । ହେଲେ ଏହାର ଅର୍ବିଟର ଏବେ ବି ଚନ୍ଦ୍ର ସଂପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି । ଏପରିକି ଚନ୍ଦ୍ରଯାନ-୩ ମିଶନ୍‌ର ସଫଳତା ଲାଗି ଚନ୍ଦ୍ରଯାନ-୨ର ଅର୍ବିଟର ଅନେକ ସହାୟତା କରିଥିଲା । ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ଯୋଜନା ପ୍ରସ୍ତୁତ କଲା ବେଳେ ଚନ୍ଦ୍ରଯାନ-୨ ଅର୍ବିଟର ପଠାଇଥିବା ଫଟୋର ବିଶ୍ଳେଷଣ କରାଯାଇଥିଲା ବୋଲି ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଥିଲେ ।

  • Chandrayaan-3
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.