ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେ ଯୁଦ୍ଧ ଆରମ୍ଭ କରୁନାହୁଁ , ହେଲେ ଶେଷ କରିବୁ ; ହମଲାର ଚର୍ଚ୍ଚା ମଧ୍ୟରେ ଆମେରିକାକୁ ଇରାନର ଧମକ

ତେହେରାନ : ସିରିଆର ସୀମା ନିକଟରେ ଜାର୍ଡନ ଅଞ୍ଚଳରେ ୩ଜଣ ଆମେରିକୀୟ ସୈନିକଙ୍କୁ ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରି ଦିଆ ଯାଇଛି। ଏହି ଘଟଣାରେ ଇରାନର ହାତ ଥିବା ଆମେରିକା କହିଛି ଏବଂ ଚର୍ଚ୍ଚା ହେଉଛି କି, ଆମେରିକା କେବେ ବି ଏହାର ପ୍ରତିଶୋଧ ନେବା ପାଇଁ ହମଲା ଆରମ୍ଭ କରି ପାରେ। ଏହା ଏକ ନୂଆ ଯୁଦ୍ଧର ଆରମ୍ଭ ହୋଇପାରେ। ଆମେରିକୀୟ ପ୍ରଶାସନ ସେନାକୁ ହମଲା ପାଇଁ ମଞ୍ଜୁରୀ ଦେଇ ସାରିଛି। ଏହି ସବୁ ଖବର ପରେ ଇରାନର ମଧ୍ୟ ତୀବ୍ର ପ୍ରତିକ୍ରିୟା ସାମନାକୁ ଆସିଛି। ଇରାନର ରାଷ୍ଟ୍ରପତି ଇବ୍ରାହିମ୍‌ ରଇସୀ କହିଛନ୍ତି କି ଆମ ଦେଶ ଯୁଦ୍ଧ ତ ଆରମ୍ଭ କରିବନି , କିନ୍ତୁ ଶେଷ ନିଶ୍ଚୟ କରିବ। ଆମେ ସେହି ଲୋକଙ୍କୁ ଛାଡ଼ିବୁ ନାହିଁ , ଯିଏ ଆମକୁ ଯୁଦ୍ଧ ପାଇଁ ଉସୁକାଇବାକୁ ଚାହାନ୍ତି।

ଇବ୍ରାହିମ୍‌ ରଇସୀଙ୍କ ଟିପ୍ପଣୀ ଏହି ସବୁ ଆଶଙ୍କାକୁ ନେଇ ଆସିଛି, ଯେଉଁଥିରେ କୁହାଯାଉଛି କି, ଆମେରିକା କେବେ ବି ସିରିଆ ଓ ଇରାକରେ ଇରାନର ଆଡ୍ଡା ଗୁଡ଼ିକ ଉପରେ ହମଲା କରି ପାରେ। ଗତ ଶନିବାର ହୋଇଥିବା ହମଲାରେ ୩ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୦ରୁ ଅଧିକ ଆହତ ହୋଇଥିଲେ। ସିବିଏସ ନ୍ୟୁଜ୍‌ର ରିପୋର୍ଟରେ କୁହାଯାଇଛି କି, ଆମେରିକୀୟ ସରକାର ମଞ୍ଜୁରୀ ଦେଇ ସାରିଛନ୍ତି। 

ରିପୋର୍ଟ ମୁତାବିକ , ଆମେରିକା ପକ୍ଷରୁ କରାଯାଇ ଥିବା ହମଲା ଅନେକ ଦିନ ଯାଏ ଚାଲିପାରେ। ଏମିତି ଯଦି ହୁଏ ତ ପଶ୍ଚିମ ଏସିଆରେ ଏକ ନୂଆ ଯୁଦ୍ଧ ଆରମ୍ଭ ହୋଇଯିବ। ଏହି ଅଞ୍ଚଳ ପୂର୍ବରୁ ହିଁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧରେ ଅଶାନ୍ତ ରହିଛି। 

ଇବ୍ରାହିମ୍‌ ରଇସି କହିଛନ୍ତି ,ଆମେ କୌଣସି ଯୁଦ୍ଧ ଆରମ୍ଭ କରୁ ନାହୁଁ, କିନ୍ତୁ ଯେବେ କେହି ଆମକୁ ଉସୁକାଏ ତ ଦୃଢ ଜବାବ ଦେବୁ। ଟିଭିରେ ଦେଇଥିବା ସମ୍ୱୋଧନରେ ସେ କହିଛନ୍ତି କି ଯେବେ ଆମେରିକୀୟ ଆମ ସହ କଥାବାର୍ତ୍ତା ହେବାକୁ ଚାହୁଁଥିଲେ, କହିଥିଲେ ଆମର ସେନା ବିକଳ୍ପ ମଧ୍ୟ ଅଛି। ଏବେ କହୁଛନ୍ତି ଆମର ଉଦ୍ଦେଶ୍ୟ ଇରାନ ସହ ଯୁଦ୍ଧକୁ ଓହ୍ଲାଇବା ନୁହେଁ। ସେ କହିଛନ୍ତି ଇରାନ କେବେ କୌଣସି ଦେଶ ପାଇଁ ବିପଦ ନୁହେଁ। ଆମେ ଚାହୁଁଛୁ କି ଏହି ଅଞ୍ଚଳରେ ସବୁ ଦେଶର ସୁରକ୍ଷା ମଜବୁତ ରହୁ ଓ ସେମାନଙ୍କ କୌଣସି କ୍ଷତି ନହେଉ। ବାସ୍ତବକଥା ହେଲା ଆମେରକାର କହିବା ହେଲା କି ଇରାନ ହିଁ ଇରାକ୍‌ , ସିରିଆ ସମେତ ଅନେକ ଦେଶରେ ହମଲା କରୁଛନ୍ତି ଏବଂ ଆମେରିକୀୟ ସେନାକୁ ଟାର୍ଗେଟ୍‌ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.