ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୱାଟ୍‌କୋ ଦଖଲରେ ଜାଗମରା-ଗଣ୍ଡମୁଣ୍ଡା ରାସ୍ତା, ପାଦେ ପାଦେ ବିପଦ..ଲୋକଙ୍କ ଅକଥନୀୟ ନିର୍ଯାତନା ପ୍ରତି ବେଫିକର୍‌

ଭୁବନେଶ୍ୱର,୦୪/୧୨: ମାଟି ତଳେ ରନ୍ଧନ ଗ୍ୟାସ୍‌ର ମୁଖ୍ୟ ପାଇପଲାଇନ୍‌ । ପାଦେ ପାଦେ ବିପଦ । ସାମାନ୍ୟ ଲିକ୍‌ରୁ ସ୍ଥିିତି ଅଣାୟତ୍ତ ହୋଇପାରେ । ହେଲେ ୱାଟ୍‌କୋ ଠିକାଦାର ନଛୋଡ଼ବନ୍ଧା । ଗୋଟିଏ ଜିଦ୍‌,: ଆମେ ରାସ୍ତା ଖୋଳିବୁ । ତେଣିକି ଲୋକେ ମରନ୍ତୁ କି ଭିଡ଼ରେ ଫସନ୍ତୁ । ଲୋକଙ୍କୁ ନିର୍ଯାତନା ଦେବାକୁ ୱାଟ୍‌କୋ ଯେମିତି ପଣ କରିଛି । 

ଆଉ ଏଥିପାଇଁ ନଗର ଉନ୍ନୟନ ବିଭାଗର ସଚିବ ଓ ପୂର୍ତ୍ତ ବିଭାଗ ସଚିବ  ୱାଟ୍‌କୋକୁ ଖୋଲା ଛାଡ଼ି ଦେଇଛନ୍ତି । ଲୋକଙ୍କ ଅକଥନୀୟ ନିର୍ଯାତନା ପ୍ରତି ବେଫିକର୍‌ ଉଭୟ ସଚିବ । ବୁଝାପଡ଼ୁଛି, ଯେମିତି ସବୁ ଜାଣି ଚୁପ ବସିଛନ୍ତି, ଲୋକଙ୍କ ଯନ୍ତ୍ରଣାକୁ ଦେଖି ମଜା ନେଉଛନ୍ତି ।

ଜାଗମରାରୁ ଗଣ୍ଡମୁଣ୍ଡା ଦେଇ ପୋଖରୀପୁଟ ଗ୍ୟାସ୍‌ ଡିପୋକୁ ପାଇପଲାଇନ୍‌ ବିଛା ହୋଇଛି । ଆଇଟିଇଆର ଛକ ପାଖରେ ୱାଟ୍‌କୋର ଖୋଳାତଡ଼ାରେ ଏହି ପାଇପ୍‌ ଫାଟିବା ଆଶଙ୍କା ଘାରିଛି । ଏଥିପାଇଁ ଗେଲ୍‌ର ସ୍ୱତନ୍ତ୍ର ମୋବାଇଲ୍‌ ରେସ୍କ୍ୟୁ ଭ୍ୟାନ୍‌ ଆସି ଘଟଣାସ୍ଥଳରେ ପହଞ୍ଚିଛି । ୧୨୫ ଏମଏମ୍‌ ପାଇପ୍‌ କ୍ଷତିଗ୍ରସ୍ତ ହେଲେ ଏହା  ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ । 

କିନ୍ତୁ ଏହା ପ୍ରତି କାହାର ନିଘା ନାହିଁ । ଠିକା ସଂସ୍ଥାଠାରୁ ପିସି ନେଇ ନଗର ଉନ୍ନୟନ ବିଭାଗ ଏବଂ ୱାଟ୍‌କୋ ଅଧିକାରୀଙ୍କ ପାଟି ଚୁପ୍‌ କରିଛନ୍ତି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ରାସ୍ତାର ଗୋଟିଏ ପାଶ୍ୱର୍ ବନ୍ଦ କରିବା ଆଗରୁ ଅନ୍ୟ ପାଖକୁ ପ୍ରଶସ୍ତ କରିବା କଥା । ପୁଣି ଫୁଟପାଥ୍‌ରୁ ଜବରଦଖଲ ହଟାଇ ରାସ୍ତା ଚଉଡ଼ା କରି ହୋଇଥାଆନ୍ତା । ହେଲେ ପୂର୍ତ୍ତ ବିଭାଗ ବେପରୁଆ ହୋଇ ଏହାକୁ ଅଣଦେଖା କଲା । ପୁଣି ସ୍ଥାୟୀୟ ବିକଳ୍ପ ରାସ୍ତା ମିଳିବା ଆଗରୁ ତରବରିଆ ଭାବେ ସ୍ୱେରେଜ୍‌ କାମ ଆରମ୍ଭ କରି ଲୋକଙ୍କୁ ନିର୍ଯ୍ୟାତନା ଦେଲେ । ଏଥିରେ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନାନଙ୍କ ଭୂମିକା ସନ୍ଦେହଜନକ । ନିର୍ଦ୍ଦିଷ୍ଟ ସଂସ୍ଥାର ଲବି ପାଇଁ ରାସ୍ତାରେ କାମ ପାଇଁ ସବୁ ନିୟମକୁ ଆଖି ବୁଜି ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ପୁଣି ସ୍ୱେରେଜ୍‌ ପାଇପଲାଇନ୍‌ ଯିବାକୁ ଥିବା ବାଟରେ ଖଣ୍ଡଗିରିରୁ ମୁଖ୍ୟ ପିଇବା ପାଣିର ପାଇପଲାଇନ୍‌ ଯାଇଛି । 

ସ୍ୱେରେଜ୍‌ କାମ ହେଲେ ଏହା ନିଶ୍ଚୟ କ୍ଷତିଗ୍ରସ୍ତ ହେବ । ଫଳରେ ରାଜଧାନୀର ଅଧା ଅଞ୍ଚଳ ପାଣି ପାଇଁ କଲବଲ ହେବେ । ନିର୍ଯ୍ୟାତନା ସେତିକିରେ ସରୁନି । ଏ ରାସ୍ତାରେ ବସ୍‌ ଚଳାଚଳ ବନ୍ଦ ହୋଇଛି । ମୋଟ ୧୬ଟି ମୋ ବସ୍‌ର ରୁଟ୍‌ ବଦଳିଛି । ରୁଟ୍‌ ନଂ ୨୫ରେ ୧୩ ଟି ବସ୍‌ର ରୁଟ୍‌ ବଦଳିଛି । ଏହି ବସ୍‌ ଡୁମଡୁମା ଯାତ୍ରାପଡ଼ିଆରୁ ବାହାରି ଆଇଗଣିଆ, ପାତ୍ରପଡ଼ା, ଖଣ୍ଡଗିରି, ଜାଗମରା, ଆଇଟିଇଆର ପୋଖରୀପୁଟ ଓ ନବୀନ ନିବାସ ହୋଇ ଗାଡ଼କଣ ଯାଉଥିଲେ । ହେଲେ ଏବେ ଜାଗମରା ରୁଟ୍‌କୁ ଅସ୍ଥାୟୀ ବନ୍ଦ କରାଯାଇଛି । ମୋ ବସ୍‌ ଉପରେ ନିର୍ଭର କରୁଥିବା ଦୈନିକ ୩ ହଜାରରୁ ଅଧିକ ଯାତ୍ରୀ ଅକଳରେ ପଡିଛନ୍ତି ।

ରୁଟ୍‌ ନଂ ୩୯ରେ ମୋଟ୍‌ ୩ଟି ବସ୍‌କୁ ବାତିଲ କରାଯାଇଛି । ପୋଖରୀପୁଟ ମୋ ବସ୍‌ ଡିପୋରେ ଚାର୍ଜିଂ ଷ୍ଟେସନ ଅଛି । ଦୈନିକ ପ୍ରାୟ ୨୦ରୁ ଅଧିକ ବସ୍‌ ସେଠାରେ ଚାର୍ଜିଂ କରନ୍ତି । ରାସ୍ତା କାମ ଯୋଗୁଁ ଏବେ ଗାଡ଼ି ବୁଲି ଆସିବାକୁ ପଡୁଛି । ରାସ୍ତା ବନ୍ଦ ପାଇଁ ୱାଟ୍‌କୋ ପୂର୍ତ୍ତ ପାଖରୁ ଅନୁମତି ନେଇନି । କିନ୍ତୁ ପୁଲିସ୍‌ ଅନୁମତି ଦେଇ ଗାଡି ବନ୍ଦ କଲା । ଫଳରେ ସରକାରୀ ଓ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀ, ରୋଗୀ ଗରିବ ଖଟିକିଆଙ୍କ ଉପରେ ପ୍ରଭାବ ପଡ଼ିଛି । ଯେଉଁଠି ୫ ଟଙ୍କାରେ କାମ ଚଳୁଥିଲା ସେଠି ୩୦ ଟଙ୍କା ଅଧିକ ଗଣିବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.