ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଖେଳ ଦେଖି ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ : ଚିକିତ୍ସାଧୀନ ଅବସ୍ଥାରେ ଯବାନ ମୃତ

Published By : Prameya | December 7, 2023 4:43 PM

ଛତ୍ରପୁର,୭।୧୨: ଖେଳ ଦେଖି ଫେରୁଥିବା ବେଳେ  ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଯବାନଙ୍କ ମୃତ୍ୟୁ ହୋଇଛି। ମୃତ ଯବାନ ଜଣକ ହେଲେ କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର  

 କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର  ୩ ତାରିଖ ରବିବାର ଗୋପାଳପୁରରୁ ଖେଳ ଦେଖି ଫେରୁଥିଲେ।  ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ତାଙ୍କୁ କିଛି ଦୁର୍ବୃତ୍ତ କୌଣସି କାରଣକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକ ଖବର ପାଇ ତାଙ୍କୁ ପ୍ରଥମେ ବ୍ରହ୍ମପୁର ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଏବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏ ଘଟଣା ରେ ଜଡିତ ୪ ଜଣ  ଙ୍କୁ  ଅଟକ ରଖା  ଯାଇ ପଚରା ଉଚରା କରାଯାଉଛି  ବୋଲି ଗଞ୍ଜାମ ଏ. ପି ସୂଚନା  ଦେଇଛନ୍ତି l

Also Read :-

ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ମାମଲା: ବନ୍ଧା ହେଲା ଅଭିଯୁକ୍ତ ପ୍ରେମିକ

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.