ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଏବଂ ସୁରକ୍ଷା ସମ୍ବନ୍ଧିତ ମିଳିତ ସଚେତନ ମକଡ୍ରିଲ

ଫିରିଙ୍ଗିଆ, ୩୧/୧ ; ଫିରିଙ୍ଗିଆ ବ୍ଲକ ବନବିଭାଗ କାର୍ଯ୍ୟାଳୟ ସଭାଗୃହରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମ୍ପର୍କିତ ସଚେତନ ତାଲିମ ଏବଂ ମିଳିତ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, କେନ୍ଦୁ ପତ୍ର ବିଭାଗ ସହ ଫିରିଙ୍ଗିଆ ବନାଞ୍ଚଳର ପ୍ରତ୍ୟେକ ବିଟ୍‌ର ବନପାଳ, ବନରକ୍ଷୀଙ୍କ ସହ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ l ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହକାରୀ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ଅଧିକାରୀ ସରୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ l 

କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ ନିଆଁକୁ କିଭଳି ଭାବରେ ଆୟତ୍ତ କରିହେବ ଏବଂ ଏଥିପାଇଁ କଣ ଉପାୟ ଅବଲମ୍ବନ କରା ଯାଇପାରିବ ସେନେଇ ଉପସ୍ଥିତି ସମସ୍ତଙ୍କୁ ସଚେତନ କରିଥିଲେ l ବ୍ଲକର ଫିରିଙ୍ଗିଆ ବନାଞ୍ଚଳ ଅଧିନସ୍ତ ୨୭ଟି ପଞ୍ଚାୟତରେ ଥିବା ବନସୁରକ୍ଷା ସମିତିକୁ ପ୍ରତିବର୍ଷ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ କରାଯାଉଛି। ଚଳିତ ବର୍ଷ ପ୍ରତ୍ୟେକ ବିଭାଗର ମିଳିତ ଭାବରେ ଜଙ୍ଗଲରୁ ନିଆଁରୁ ସୁରକ୍ଷା କରିବା ପାଇଁ ଆଲୋଚନା କରାଯାଇଥିଲା l ପ୍ରତ୍ୟେକ ବିଭାଗର ଅଧିକାରୀ ମଧ୍ୟ ଜଙ୍ଗଲ ନିଆଁ ପ୍ରତି ସଚେତନ ରହିବା ସହ ସୁରକ୍ଷା କରିବାକୁ ବକ୍ତବ୍ୟ ରଖିଥିଲେ  l 

କାର୍ଯ୍ୟକ୍ରମ ଶେଷରେ ବନ ବିଭାଗ ସହ ସମସ୍ତ ବିଭାଗର ମିଳିତ ଭାବରେ ଫିରିଙ୍ଗିଆ ବନାଞ୍ଚଳ ସରୁକୋଇ ଘାଟି ନିକଟରେ ନିଆଁକୁ କିଭଳି ଭାବରେ ଆୟତ୍ତ କରାଯିବ ସେନେଇ ମକଡ୍ରିଲ କରାଯାଇଥିଲା l ଅଗ୍ନିଶମ ବାହିନୀ ମକଡ୍ରିଲରେ ସମସ୍ତ ସହଯୋଗ କରିଥିଲେ l ବିଭିନ୍ନ ବିଭାଗର ଶତାଧିକ ଅଧିକାରୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ବନପାଳ ପ୍ରବୀଣ କୁମାର ଦାଶ, ନୂଆପଦର ବନ ପାଳ ବ୍ରଜ ସୁନ୍ଦର ଦାଶ, ଗୋଛାପଡା ବନପାଳ ଦିଲୀପ ବିଷୋଇ, ବାଲାନ୍ଦା ପଡା ବନପାଳ ସନ୍ତୋଷ କୁମାର ସାହୁ, ବନରକ୍ଷୀ ସୁଜିତ ପ୍ରଧାନ, ପାହାଡ଼ ଟିମ ଲିଡର ବିଭୁ ପ୍ରସାଦ ପ୍ରଧାନ, ମନୋଜ କୁମାର ସାହୁ, ଦଣ୍ଡ ପାଣି କହଁର, ଡିଓ ଅମୁଲ୍ୟ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.