ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ମଙ୍ଗଳବାର ଦିନ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍ଗୁ ଦିଲ୍ଲୀରେ ସାକ୍ଷାତ କରିବା ପରେ ଆଜି କମଲନାଥ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏହା ପରେ ଦଳର ଶୀର୍ଷ ନେତୃତ୍ବ ମଧ୍ୟପ୍ରଦେଶ ଲାଗି କଂଗ୍ରେସ ସଭାପତି ନିଯୁକ୍ତ କରିବେ । ବିଜେପି ପାଖରୁ କଂଗ୍ରେସର ପରାଜୟ ପରେ କମଲନାଥ ସଭାପତି ପଦ ଛାଡ଼ିଛନ୍ତି । 

ସେପଟେ ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ, ରାଜ୍ୟରେ ନୂଆ କଂଗ୍ରେସ ସଭାପତି ନିଯୁକ୍ତି ପାଇଁ କମଲନାଥଙ୍କୁ ଦିଲ୍ଲୀରୁ ନିର୍ଦ୍ଦେଶ ମିଳିଛି । ଏହା ବ୍ୟତୀତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବହୁ ନେତାଙ୍କ ବିରୋଧରେ କମଲନାଥଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ଶୀର୍ଷ ନେତୃତ୍ବ ଅସନ୍ତୁଷ୍ଟ ଥିବା ନେଇ କୁହାଯାଉଛି । ଆସନ ଭାଗବଣ୍ଟାକୁ କେନ୍ଦ୍ର କରି ଏସପି ମୁଖ୍ୟ ଅଖିଳେଶ ଯାଦବ ଏବଂ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ କମଲନାଥ । 

ତେବେ ଡିସେମ୍ବର ୩ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ଶିବିରରେ ନିରବତା ଖେଳିଯାଇଛି । ୨୩୦ ବିଧାନସଭା ଆସନରୁ ବିଜେପି ଖାତାକୁ ୧୬୩ ସିଟ୍‌ ଯାଇଥିବା ବେଳେ କଂଗ୍ରେସ ମାତ୍ର ୬୬ ଆସନରେ ସନ୍ତୁଷ୍ଟ ହୋଇଛି । ନିର୍ବାଚନରେ ପରାଜୟ ପରେ ଦଳୀୟ ନେତାଙ୍କୁ ମନ ଦୁଃଖ ନକରିବାକୁ ପରାମର୍ଶ ଦେଇଥିଲେ କମଲନାଥ । ଏହା ବ୍ୟତୀତ ଆଗାମୀ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବାକୁ ସେ ଆହ୍ବାନ ଦେଇଥିଲେ । ଏହା ସହ ୧୯୭୭ ମସିହା ଲୋକସଭା ନିର୍ବାଚନରେ କିଭଳି କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ଏବଂ ପରବର୍ତ୍ତୀ ସମୟରେ କିଭଳି କଂଗ୍ରେସ ପୁଣି ଥରେ କମବ୍ୟାକ୍‌ କରିଥିଲା ସେ ସଂପର୍କରେ ଦଳୀୟ କର୍ମକର୍ତ୍ତାଙ୍କୁ ବୁଝାଇଥିଲେ କମଲନାଥ । 

  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.