କୋଲକାତା, ୦୫/୧୧: ନିଜର ୩୫ତମ ଜନ୍ମଦିନରେ ଇତିହାସ ରଚିଛନ୍ତି ବିରାଟ କୋହଲି । ଇଡେନ୍ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଦିନିକିଆରେ ୪୯ତମ ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ୧୧୯ ବଲରେ କୋହଲି ଶତକ ମାରିଥିବା ବେଳେ ଏଥିରେ ୧୦ଟି ଚଉକା ସାମିଲ୍ ରହିଛି ।
𝗛𝗨𝗡𝗗𝗥𝗘𝗗 in Kolkata for the Birthday Boy! 🎂🥳
— BCCI (@BCCI) November 5, 2023
From scoring his Maiden century in Kolkata to scoring his 4⃣9⃣th ODI Ton 👑💯#TeamIndia | #CWC23 | #MenInBlue | #INDvSA pic.twitter.com/pA28TGI4uv
ଦିନିକିଆରେ ସର୍ବାଧିକ ଶତକ
ବିରାଟ କୋହଲି ୨୭୨ଟି ଦିନିକିଆ ଖେଳି ୪୯ଟି ଶତକ ମାରିଥିବା ବେଳେ ୪୫୨ଟି ଦିନିକିଆ ଖେଳି ସଚିନ୍ ତେନ୍ଦୁଲକର ୪୯ଟି ଶତକ କରିଥିଲେ । ସେହିଭଳି ୨୫୧ଟି ଦିନିକିଆ ଖେଳି ରୋହିତ ଶର୍ମା ୩୧ଟି ଶତକ କରିଥିବା ବେଳେ ୩୬୫ଟି ଦିନିକିଆ ଖେଳି ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୩୦ଟି ଶତକ କରିଥିଲେ । ସେହିଭଳି ଶ୍ରୀଲଙ୍କାର ସନଥ ଜୟସୂରିଆ ୪୩୩ଟି ଦିନିକିଆ ଖେଳି ୨୮ଟି ଶତକ କରିଥିଲେ ।
୨୦୧୧ରେ ବିରାଟଙ୍କୁ ଭାରତୀୟ ବିଶ୍ୱକପ୍ ଟିମରେ ସ୍ଥାନ ମିଳିଥିଲା । ଆଉ ପ୍ରଥମ ମ୍ୟାଚରେ ବିରାଟ ଶତକ ମାରିଥିଲେ । ସେଥର ଦ୍ୱିତୀୟ ଥର ଲାଗି ବିଶ୍ୱକପ୍ ଜିତିଥିଲା ଭାରତ । ୨୦୧୩ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବା ସହ କୋହଲି ସମସ୍ତଙ୍କ ପସନ୍ଦ ସାଜିଥିଲେ । ୨୦୧୫ରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ ବିରାଟ କୋହଲି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି, ସେନାରେ ମାତୃତ୍ୱ ଛୁଟି ନେଇ ଆଉ ହେବନି ଭେଦଭାବ
ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଟାର୍ଗେଟ୍
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ, ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟ୍ ହରାଇ ୩୨୬ ରନ୍ କରିଛି । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ଅପରାଜିତ ୧୦୧ ରନର ପାରି ଖେଳିଥିବା ବେଳେ ଶ୍ରେୟସ ଆୟର ୭୭, ରୋହିତ ଶର୍ମା ୪୪ ରନ୍ କରିଥିଲେ ।