ପ୍ରମୂଖ ଖବର
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

‘ସାଠ୍ କେ ହେମନ୍ତ’ ପୁସ୍ତକର ଉନ୍ମୋଚନ ; ଗୁରୁ ପରମ୍ପରାକୁ ଜନ୍ମ ଦେଇଥିବା ସ୍ଥାନର ନାଁ ହେଲା କାଶୀ : ଧର୍ମେନ୍ଦ୍ର ପ୍ରଧାନ

ବାରାଣାସୀ, ୧୫/୯ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଉତ୍ତରପ୍ରଦେଶର ବାରାଣାସୀ ଠାରେ ବିଶିଷ୍ଟ ପତ୍ରକାର, ଲେଖକ ଓ ସାହିତ୍ୟକାର ହେମନ୍ତ ଶର୍ମାଙ୍କ ଉପରେ ଲିଖିତ ସଂକଳନ ‘ସାଠ୍ କେ ହେମନ୍ତ’ ପୁସ୍ତକର ଉନ୍ମୋଚନ ସମାରୋହରେ ଯୋଗ ଦେଇଛନ୍ତି । ଶ୍ରୀ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ପ୍ରଜାତନ୍ତ୍ରର ଅନନ୍ୟ ପରମ୍ପରା ରହିଛି । ଏହି ପରମ୍ପରାରେ କାଶୀ ହେଉଛି ଏକ ମନ୍ଥନ ସ୍ଥଳ । କାଶୀ ହେଉଛି ଏକ ପୁରାତନ ଜୀବନ୍ତ ସଭ୍ୟତା । ଦୁନିଆକୁ ଅନେକ କିଛି ଦେଇଥିବା ଏହି ପବିତ୍ର ସ୍ଥାନ ଗୁରୁର ପରମ୍ପରାକୁ ଜନ୍ମ ଦେଇଛି । ହାଓ୍ୱଡ଼ାରେ ଏକ ରାସ୍ତା ଗୁରୁ ନାମରେ ନାମିତ । ସେହିଭଳି ଭାବେ କାଶୀ ମଧ୍ୟ ଏ ଦୃଷ୍ଟିରୁ ଅନନ୍ୟ । ମୁଁ ହିନ୍ଦି ସାହିତ୍ୟ ପ୍ରତି ଆସକ୍ତି ରଖେ ଏବଂ କାଶୀ ହିଁ ଏହି ଆସକ୍ତିକୁ ବଢାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ପତ୍ରକାର ହେମନ୍ତ ଶର୍ମାଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତଙ୍କଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବ୍ୟକ୍ତିବିଶେଷ ‘ସାଠ୍ କେ ହେମନ୍ତ’ ପୁସ୍ତକରେ ନିଜର ଟିପ୍ପଣୀ ଦେଇଛନ୍ତି । ଶ୍ରୀ ଶର୍ମାଙ୍କ ଉପରେ ଏହି ସଂକଳନ ପ୍ରକାଶନ ହେବା ଖୁସିର ବିଷୟ । ତେବେ ତାଙ୍କର ବ୍ୟକ୍ତିତ୍ୱକୁ କିଛି କ୍ଷଣରେ ପ୍ରକାଶ କରାଯାଇପାରିବ ନାହିଁ । ଉନ୍ମୋଚିତ ପୁସ୍ତକଟି ଭାରତୀୟ ଜ୍ଞାନ ପରମ୍ପରାରେ ଏକ ନୂଆ ଅଧ୍ୟାୟ କିପରି ଯୋଡିବ, ଏହା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍ । ଏହି ପୁସ୍ତକଟି ଆଦୃତ ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି । 

୧୪୦କୋଟି ଭାରତୀୟ ଗୌରବ ବଢାଇବାର ଚିନ୍ତା କରୁଥିବା ଲୋକ ହେଉଛନ୍ତି ପ୍ରଧାନମନ୍ତ୍ରୀ । ସେ ବିଶ୍ୱର କେଉଁ ସ୍ଥାନକୁ ଗଲେ କେବଳ ଗୁଜରାଟର ସମ୍ମାନ ବଢେ ନାହିଁ ସମଗ୍ର ଦେଶର ସମ୍ମାନ ବଢିଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ରାମ ଦେବ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସାଂସଦ ପ୍ରଫେସର ରାମଗୋପାଳ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.