ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିରବତାର ଭାଷା: ମନ ଶୁଣିଲା, ହୃଦୟ ମିଶିଲା.. ଜୀବନ ସାଥି ସାଜିଲେ ଦିବ୍ୟାଙ୍ଗ

ବ୍ରହ୍ମପୁର,୦୧/୦୩: ଭାବ ବିନିମୟ ପାଇଁ କହିବାଶୁଣିବା ଅପରିହାର୍ଯ୍ୟ ନୁହେଁ । ନିରବତାରେ ହୋଇପାରେ ଭାବର ବିନିମୟ, ମନ ଓ ହୃଦୟର ଆଦାନପ୍ରଦାନ ।  ମା’ କାଳୁଆଙ୍କୁ ସାକ୍ଷୀ ରଖି ଏମିତି ଏକ ସମ୍ପର୍କକୁ ଆଗେଇ ନେଇଛନ୍ତି ଓ ନୂଆ ଜୀବନ ଆରମ୍ଭ କରିଛନ୍ତି ନବଦମ୍ପତି । ମନ୍ଦିରରେ କୋଳାହଳ ଲାଗିଥିଲା । ଜମିଥିଲା ବନ୍ଧୁବାନ୍ଧବଙ୍କ  ଭିଡ଼ । ବେଦୀରେ ନବଦମ୍ପତିଙ୍କ ଉପସ୍ଥିତିରେ ପୁରୋହିତ କରୁଥିଲେ ମନ୍ତ୍ରୋଚାରଣ । ସବୁ ଦେଖୁଥିଲେ ଉଭୟ ।  ହେଲେ, କିଛି ଶୁଣି ପାରୁନଥିଲେ କି କହିପାରୁନଥିଲେ । ପରସ୍ପରର ଭାବକୁ ବୁଝି, ମନର ଭାଷାକୁ ପଢ଼ି ସଂସାର ଗଢ଼ିବାକୁ ସଜେଇ ହୋଇ ବେଦୀରେ ବସିଥିଲେ ବର-କନ୍ୟା । 

 ବ୍ରହ୍ମପୁର ସହର ଗୋସାଇଁନୂଆଗାଁ ମା’ କାଳୁଆଙ୍କ  ମନ୍ଦିରରେ ଗୁରୁବାର ଏମିତି ଏକ ନିଆରା ବିବାହ  ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଦିବ୍ୟାଙ୍ଗ ଲକ୍ଷ୍ମୀକାନ୍ତ ଓ  ମମତାଙ୍କ ଦୁଇମନ ଏକ ହୋଇଛି । ସମାଜ ପାଇଁ ଏହା  ଆଦର୍ଶ ବିବାହର ଉଦାହରଣ ସୃଷ୍ଟି କରିଛି । ବ୍ରହ୍ମପୁର ବିଜିପୁର ଅଞ୍ଚଳର ସତ୍ୟନାରାୟଣ ଓ ସାଧନା ପଣ୍ଡାଙ୍କ ପୁଅ ଲକ୍ଷ୍ମୀକାନ୍ତ । ପିଲାବେଳୁ ଲକ୍ଷ୍ମୀକାନ୍ତ ବାକ୍‌ ଓ ଶ୍ରବଣ ଶକ୍ତି ହରାଇଛନ୍ତି । ସ୍ନାତକ ଶିକ୍ଷା ହାସଲ କରି ଏକ ମଲ୍‌ରେ କାର୍ଯ୍ୟ କରୁଛନ୍ତି ।  ଲକ୍ଷ୍ମୀକାନ୍ତ  ଝାରସୁଗୁଡ଼ା  ଦୀପୁପଡ଼ାର ମହେନ୍ଦ୍ର ଓ ଗୌରୀ  ଗୋରେଖ୍‌ଗୌଡ଼ଙ୍କ ଝିଅ ମମତାଙ୍କୁ  ବିବାହ କରିଛନ୍ତି । ହେଲେ ଉଭୟଙ୍କ ସମ୍ପର୍କ ୫ ବର୍ଷ ପୁରୁଣା । ପ୍ରେମର ଭିତ୍ତି ପଡ଼ିଥିଲା ପାଞ୍ଚ ବର୍ଷ ପୂର୍ବରୁ । 

ଭୁବନେଶ୍ୱର ଉପକଣ୍ଠ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଲକ୍ଷ୍ମୀକାନ୍ତ ପାଠ ପଢ଼ୁଥିଲେ । ସେହି ସମୟରେ ମମତା ଧନ୍ଦାମୂଳକ ଶିକ୍ଷା ତାଲିମ୍‌ ପାଇଁ ସେହି ଶିକ୍ଷାନୁଷ୍ଠାନରେ ପହଞ୍ଚିଥିଲେ । ସେଠାରେ ଦେଖା, ସାକ୍ଷାତ ଓ ଭାବ ବିନିମୟରେ  ଉଭୟଙ୍କ ଭିତରେ ସୃଷ୍ଟି ହୋଇଥିଲା ପ୍ରେମ ସମ୍ପର୍କ । ଠାର ଠାରରେ ହୋଇଥିଲା ମନ  ଦିଆନିଆ । ସେହି ପବିତ୍ର ସମ୍ପର୍କକୁ ଆଜୀବନ  ଆଗେଇ ନେବାକୁ ପଣ କରିଥିଲେ ଉଭୟ । ଗୁରୁବାର ଲକ୍ଷ୍ମୀକାନ୍ତ-ମମତାଙ୍କ ପ୍ରେମ ସଫଳ  ହୋଇଛି ଏବଂ ଉଭୟେ ସାଜିଛନ୍ତି ଦମ୍ପତି ।  ବର ବେଶରେ ସଜେଇ ହୋଇ ଝାରସୁଗୁଡ଼ାରୁ ଆସି ପହଞ୍ଚିଥିଲେ ଲକ୍ଷ୍ମୀକାନ୍ତ । ମନର ମଣିଷକୁ  ବ୍ରହ୍ମପୁରରେ ଅପେକ୍ଷା କରିଥିଲେ ମମତା ।  ଦୁହେଁ ଦୁହିଁଙ୍କ ମନକୁ ପଢ଼ି ସଂସାର ଗଢ଼ିବେ ବୋଲି ଆଶା ରଖିଛନ୍ତି ପରିବାର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.