ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାରଳାରୁ ୨ ଥର ନିରାଶ ହୋଇ ଏବେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଦୌଡ଼ରେ ମାରୁତ ପାଳ

ରାୟଗଡ଼(ଗଜପତି) ୨୮/୦୨ : ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି। ଯଦିଓ ତାରିଖ ଘୋଷଣା ହୋଇନି କିନ୍ତୁ ନିର୍ବାଚନ ଉଷ୍ମତା ଢେର୍ ବଢ଼ିଲାଣି। ଗ୍ରୀଷ୍ମ ପ୍ରବାହରେ ଦିନକୁ ଦିନ ତାତି ଉପର ମୁହାଁ ହେଉଥିବା ବେଳେ ରାଜନୈତିକ ତାତିର ପାରଦ ମଧ୍ୟ ଦିନକୁ ଦିନ ବଢିଚାଲିଛି। ରାଜ୍ୟରେ ଏବେ ତିନି ପ୍ରମୁଖ ଦଳରେ ଚାଲିଛି ଟିକେଟ କସରତ। ଏଥିରୁ ଗଜପତି ଜିଲ୍ଲା ମଧ୍ୟ ବାଦ୍ ପଡିନି। ଜିଲ୍ଲାରେ ପାରଳାଖେମୁଣ୍ଡି ଓ ମୋହନା ଦୁଇଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ବିଧାୟକ ପ୍ରାର୍ଥୀ ପାଇଁ ତିନି ପ୍ରମୁଖ ଦଳ ଭିତରେ ଚାଲିଛି ଟିକଟ କସରତ। ପ୍ରତିବର୍ଷ ନିର୍ବାଚନ ପାଖେଇ ଆସିଲେ ଅନ୍ୟ ଲୋକସଭା ମଣ୍ଡଳୀରୁ ଆସି ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ି ରାଜ୍ୟ ସମ୍ପାଦକ ମାରୁତ ପାଳ ଦୁଇ ଦୁଇ ଥର ଆଶାୟୀ ବିଧାୟକ ପ୍ରାର୍ଥୀ ପାଇଁ ଆଶା କରି ନିରାଶ ହୋଇଥାନ୍ତି। ଏଥର କିନ୍ତୁ ସେ ଏବେ ଆଶାୟୀ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରେ ଦଳୀୟ ଚିହ୍ନ ସହ ବାଇକ୍ ଶୋଭାଯାତ୍ରା ବାହାରି ମୁଁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ବୋଲି ପ୍ରଚାର କରୁଥିବା ଜଣାପଡ଼ିଛି। 

ଏହି ପ୍ରଚାରରେ ସେ ତାଙ୍କର ଚେଲା ଚାମୁଣ୍ଡାଙ୍କୁ ଧରି ବାଇକ୍ ରାଲି ଓ ଶୋଭାଯାତ୍ରା କରୁଥିବା ବେଳେ ଏଥିରେ ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ଆଗ ଧାଡ଼ିର ନେତା କିମ୍ବା ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଦେଖା ମିଳୁନି। ତାଙ୍କରି ଏହିପରି କାର୍ଯ୍ୟକ୍ରମକୁ ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ରହିଥିବା ବେଳେ ମାରୁତ ପାଲ ନିଜେ ଚଳିତ ବର୍ଷ ନିର୍ବାଚନ ମଣ୍ଡଳୀରେ ସଂସାଦ ପ୍ରାର୍ଥୀ ବୋଲି ପ୍ରଚାର କରୁଛନ୍ତି। ଏପରି କାର୍ଯ୍ୟକୁ ନେଇ ନିର୍ବାଚନ ମଣ୍ଡଳୀର ଭୋଟର ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ସେ କାହା ଇଙ୍ଗିତରେ ପ୍ରତି ନିର୍ବାଚନ ଆସିଲେ ନିଜକୁ ଆଶାୟୀ ପ୍ରାର୍ଥୀ ବୋଲି ଦାବି କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି। 

ଚଳିତ ଥର ବ୍ରହ୍ମପୁର ସାଂସଦ ପାଇଁ ଆଶାୟୀ ରହି ସେ ମୋହନା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବ୍ଲକରେ ରାଲି ଓ ଶୋଭାଯାତ୍ରା କରୁଛନ୍ତି। ପୂର୍ବରୁ ଦଳରେ ପାରଳାଖେମୁଣ୍ଡି ବିଧାୟକ ଆଶାୟୀ ପ୍ରାର୍ଥୀ ହୋଇ ଏଭଲି ରାଲି ଓ ଶୋଭାଯାତ୍ରା କରିଥିବା ନଜିର ରହିଛି। ପରବର୍ତ୍ତୀ ସମୟରେ ଟିକଟ ନ ମିଳିବା ପରେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରି କାର୍ଯ୍ୟ କରୁଥିବା ବେଳେ ଦଳ ସେଠାରେ ପରାଜୟ ହୋଇଥିଲା। ପୁଣି ଏବେ ବ୍ରହ୍ମପୁର ଆଶାୟୀ ସାଂସଦ ପ୍ରାର୍ଥୀ ବୋଲି କହି ଦଳରେ ନିଜସ୍ୱ ପାଣ୍ଠି ଖର୍ଚ୍ଚ କରି ଦଳ ଭିତରେ ଅସନ୍ତୁଷ୍ଟ ସୃଷ୍ଟି ହେବା ସହ ତାଙ୍କର ଏପରି କାର୍ଯ୍ୟକ୍ରମକୁ ନେଇ ଦଳର ସଙ୍ଗଠନ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏପଟେ ବିଜେଡ଼ି ଗୋଟେ ଶୃଙ୍ଖଳିତ ଦଳ ବୋଲି ପ୍ରଚାର କରୁଥିବା ବେଳେ ତାଙ୍କର ରାଲି ସ୍ପଷ୍ଟ କରୁଛି ଯେ କୌଣସି ଏକ ଉପର ମହଲାରୁ ନିର୍ଦ୍ଦେଶ ଆସିଥିବ ନଚେତ୍ ବିଶୃଙ୍ଖଳା କରିବା ପାଇଁ ସାହସ କରିପାରିନଥାନ୍ତେ। 

ଏଭଳି ସ୍ଥିତିରେ ସେ କାହା ନିର୍ଦ୍ଦେଶରେ ରାଲି କରୁଛନ୍ତି ଏବଂ କଣ ରହିଛି ତାଙ୍କର ଆଭିମୁଖ୍ୟ ତାହା ଦଳ ସ୍ପଷ୍ଟ କରିପାରି ନାହିଁ। କିନ୍ତୁ ବିରୋଧୀଙ୍କ କହିବା ହେଲା ଦଳ ବର୍ତ୍ତମାନ ସୁଦ୍ଧା କାହାକୁ କିଛି କହିନାହିଁ ଦଳ ଭିତରେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ତାଙ୍କ ବିରୋଧୀମାନେ ଅଭିଯୋଗ ଆଣିଛନ୍ତି। କେଉଁଟା ପ୍ରକୃତରେ ସତ୍ୟ। ଯଦିଓ ଦଳ ପ୍ରକୃତରେ କିଛି ନିର୍ଦ୍ଦେଶ ଦେଇନି ତାହା ହେଲେ କେଉଁ ସାହାସରେ ସେ ଏପରି କରୁଛନ୍ତି। ଏବଂ ଦଳ କାହିଁକି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ରହିଛି। ଯଦି ଦଳ ଇଙ୍ଗିତରେ କରିଛି ତାହା ହେଲେ ଖୋଲାଖୋଲି ଭାବରେ ଘୋଷଣା କରୁନି କାହିଁକି। ଯଦି ଦଳ ଇଙ୍ଗିତରେ ଏପରି କରିଥିବ ତାହା ହେଲେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.