ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝଗଡ଼ାରେ ମଧ୍ୟସ୍ଥି ସାଜିବା ମହଙ୍ଗା ପଡ଼ିଲା: ଦୁଇ ବନ୍ଧୁଙ୍କୁ ଭଙ୍ଗା କାଚ ଭୁସି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ପୁରୀ,୨୯/୦୧: ଝଗଡ଼ାରେ ହସ୍ତକ୍ଷେପ କରି ମଧ୍ୟସ୍ଥି ସାଜିବା ପଡ଼ିଲା ମହଙ୍ଗା । ଶନିବାର ଏକ ମାରପିଟ୍‌ରେ ୨ ଜଣ ଯୁବକ ମଧ୍ୟସ୍ଥତା କରିବାରୁ ସେମାନଙ୍କୁ ଭଙ୍ଗା କାଚ ଭୁସି ହତ୍ୟା  ଉଦ୍ୟମ କରାଯାଇଛି । ଆକ୍ରମଣର ଶିକାର ୨ ଯୁବକ ହେଲେ ବାସେଳିସାହି ଥାନା ଅଧୀନ  ତ୍ରିଦେବ ନଗର ବଡ଼ପୋଖରୀଆ ଜାଗା ନିକଟର ସୋମନାଥ ଦାସ(୨୩) ଓ ତାଙ୍କ ସାଙ୍ଗ ସନ୍ତୋଷ ବେହେରା(୨୦) । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା  ପରେ ସନ୍ତୋଷଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକସ୍ଥିତ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର  କରାଯାଇଛି । ଏନେଇ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ବାସେଳିସାହି ଥାନା ପୁଲିସ ଅଭିଯୁକ୍ତ  ତ୍ରିଦେବନଗରର ରାଜେଶ ସାହୁ ଓରଫ ରାଜେନ୍ଦ୍ର ଓରଫ ରାଜା(୨୮)କୁ ଗିରଫ କରିଛି । 

ଅଭିଯୋଗ ଅନୁସାରେ, ଅପରାହ୍ନ ୩ଟା ୪୫ରେ ସୋମନାଥ ଓ ସନ୍ତୋଷ ବାଲିସ୍କୁଲ୍‌ସ୍ଥିତ  ଝାଟି ଜାଗା ନିକଟ ଦେଇ ଅତିକ୍ରମ କରୁଥିଲେ । ସେଠାରେ ରାଜା ଓ ଅନ୍ୟ ଜଣେ ଯୁବକ ମାର୍‌ପିଟ୍‌  ହେଉଥିଲେ । ୨ ସାଙ୍ଗ ସେଠାରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିଥିଲେ । ଝଗଡ଼ା ନକରି ଯେ ଯାହା  ବାଟରେ ଚାଲିଯିବାକୁ କହିଥିଲେ । ଏହାପରେ ଉଭୟ ଟାର୍ଗେଟ୍‌କୁ ଆସିଥିଲେ । ରାଜା ଏକ ଭଙ୍ଗା  କାଚରେ ୨ ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ସୋମନାଥଙ୍କ ବେକମୁଣ୍ଡ ଓ ପେଟ ଏବଂ  ସନ୍ତୋଷଙ୍କ ପେଟପାଶ୍ୱର୍କୁ ଭଙ୍ଗା କାଚରେ ସେ ଭୁସି ଦେଇଥିଲା । 

ଏଥିରେ ଉଭୟ ରକ୍ତାକ୍ତ ହୋଇ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ସୋମନାଥ ଚିକିତ୍ସା ହେଉଥିବା ବେଳେ  ସନ୍ତୋଷଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ସୋମନାଥଙ୍କ ମା’ ଜ୍ୟୋତ୍ସ୍ନା ଦାସ ବାସେଳିସାହି  ଥାନାରେ ଏତଲା ଦେଇଥିଲେ । ପୁଲିସ ଏହି ଏତଲାକୁ ଭିତ୍ତି କରି ହତ୍ୟା ଉଦ୍ୟମ ମାମଲା ରୁଜୁ  କରି ତଦନ୍ତ ଆରମ୍ଭ କରିଥିଲା । ରାଜାକୁ ଗିରଫ କରିବା ପରେ ରବିବାର ତାକୁ କୋର୍ଟ ଚାଲାଣ  କରାଯାଇଛି । ଜାମିନ୍‌ ନାମଞ୍ଜୁର ହେବା ପରେ ତାକୁ ଜେଲ୍‌ ପଠାଇ ଦିଆଯାଇଥିବା ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.