ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲନ୍ ମସ୍କଙ୍କ ବଡ଼ ଉପଲବ୍ଧି, ନ୍ୟୁରାଲିଙ୍କ୍ ଚିପ୍ ଲାଗିଥିବା ମଣିଷ ଭାବି ଦେଲେ ଚାଲୁଛି ମାଉସ୍

ନୂଆଦିଲ୍ଲୀ, ୨୧/୦୨: ଏଲନ୍ ମସ୍କଙ୍କ ନ୍ୟୁରାଲିଙ୍କକୁ ସଫଳତା । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମସ୍ତିଷ୍କରେ ଚିପ୍ ପ୍ରତିରୋପଣ କରା ଯାଇଥିବା ବ୍ୟକ୍ତି । ସୁସ୍ଥ ହେବା ପରେ ବ୍ୟକ୍ତି ଜଣଙ୍କ ଭାବନାରେ କମ୍ପ୍ୟୁଟର୍ ମାଉସ୍ ନିୟନ୍ତ୍ରଣ କରିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ନ୍ୟୁରାଲିଙ୍କର ପ୍ରତିଷ୍ଠାତା ଏଲନ୍ ମସ୍କ ।

ଚିପ୍ ପ୍ରତିରୋପଣ ପରେ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି । ପ୍ରଥମ ପ୍ରୟୋଗ ପରେ ସଫଳ ହେବା ପରେ ଆଗାମୀ ଯୋଜନା ବିଷୟରେ କହିଛନ୍ତି ମସ୍କ । ସେ କହିଛନ୍ତି, ଆଗକୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଇଣ୍ଟରଆକ୍ସନକୁ ସକ୍ଷମ କରାଯିବ ।

ମଣିଷ ମସ୍ତିଷ୍କରେ ନ୍ୟୁରାଲିଙ୍କର ଚିପ୍ ପ୍ରତିରୋପଣ ପାଇଁ ଗତ ମାସରେ ମଞ୍ଜୁରୀ ମିଳିଥିଲା । ଏହା ପରେ ପ୍ରଥମଥର ଲାଗି ମଣିଷ ମସ୍ତିଷ୍କରେ ପ୍ରତିରୋପଣ ହୋଇଥିଲା ଚିପ୍ । ପ୍ରତିରୋପଣ କରାଯାଇଥିବା ଚିପଟି ଏକ କଏନ୍ ଆକାରର । ଯାହାକି ମଣିଷର ମସ୍ତିଷ୍କକୁ ସିଧାସଳଖ କମ୍ପ୍ୟୁଟର୍ ସହ ଯୋଡ଼ୁଛି । ଏହି ଚିପର ନାଁ ଲିଙ୍କ୍ ରଖା ଯାଇଛି ।

ଏହା ପୂର୍ବରୁ ଚିପ୍ ପ୍ରତିରୋପଣ ପରେ ମସ୍କ ଲେଖିଥିଲେ, ଏହି ଡିଭାଇସ୍ ଦ୍ୱାରା ଆପଣ ଭାବିବା ମାତ୍ରେ ଫୋନ୍, କମ୍ପ୍ୟୁଟର୍ ଓ ଅନ୍ୟ କୌଣସି ଡିଭାଇସକୁ ନିୟନ୍ତ୍ରଣ କରାଯାଇ ପାରିବ । ୨୦୨୩ ସେପ୍ଟେମ୍ବର ମସ୍କଙ୍କ ନ୍ୟୁରାଲିଙ୍କକୁ ଚିପ୍ ପ୍ରତିରୋପଣ ଅନୁମତି ମିଳିଥିଲା ।

ନ୍ୟୁରାଲିଙ୍କ୍ ଅନୁସାରେ, ଯେଉଁ ଲୋକଙ୍କ ସ୍ପାଇନଲ୍ କର୍ଡରେ କ୍ଷତ ରହିଛି ସେମାନଙ୍କ ଠାରେ ଚିପ୍ ଟ୍ରାଏଲ୍ କରାଯିବ । ଏଥିରେ ସାମିଲ୍ ଲାଗି ସର୍ବନିମ୍ନ ବୟସ ୨୨ ବର୍ଷ । ଅଧ୍ୟୟନ ସାରିବାକୁ ପ୍ରାୟ ୬ ବର୍ଷ ସମୟ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.