ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେପି ହାତ ଧରି ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନୀତିଶ, ଶପଥ ନେବେ ଆଉ ୧୪ ମନ୍ତ୍ରୀ

ପାଟନା, ୨୮।୧: ବିହାର ରାଜନୀତିରେ ଏବେ ହଟଚମଟ ସ୍ଥିତି । ଶାସନ ଗାଦିରେ ବସିଥିବା ଜେଡିୟୁ- ଆର୍‌ଜେଡି ମେଣ୍ଟ ଭାଙ୍ଗିଯିବା ସ୍ଥିତିରେ । କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତାକାଲି (ରବିବାର) ବିଧାୟକଙ୍କ ସହ ବୈଠକ କରିବା ପରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ । ତତ୍‌ସହିତ ନୂଆ ସରକାର ଗଠନ ଲାଗି ଦାବି ବି କରିବେ । ଜେଡିୟୁ କୋର୍‌ କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ରବିବାର ନୀତୀଶ କୁମାରଙ୍କ ଇସ୍ତଫା ଓ ଶପଥ ଦେଖିବାକୁ ମିଳିପାରେ । ଆର୍‌ଜେଡିଠାରୁ ସମ୍ପର୍କ ତୁଟାଇ ସେ ବିଜେପି ସହ ମେଣ୍ଟ କରିପାରନ୍ତି । ରାଜ୍ୟ ବିଜେପିରେ ମଧ୍ୟ ଏହାକୁ ନେଇ ଘନଘନ ବୈଠକ ଜାରି ରହିଛି । ଜେଡିୟୁ ସୂତ୍ର ମୁତାବକ ନୀତୀଶ ଦୁଇଜଣ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ବିଜେପି-ଜେଡିୟୁ ପକ୍ଷରୁ ୧୪ ଜଣ ଲେଖାଏଁ ମନ୍ତ୍ରୀ ବି ଶପଥ ନେବେ । ଜିତନରାମ ମାଁଝିଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହାମ୍‌) ମଧ୍ୟ ୨ ମନ୍ତ୍ରୀ ପଦ ମାଗିଛି । ଶପଥ ସମାରୋହରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସାମିଲ ହୋଇପାରନ୍ତି । ସେପଟେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ର ମଧ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତେଜସ୍ୱୀ ଯାଦବ କହିଛନ୍ତି, ଅସଲ ଖେଳ ଏବେ ବାକି ରହିଛି । ନୀତୀଶ ଆମର ଆଦରଣୀୟ ଥିଲେ ଏବଂ ରହିବେ । ଯେଉଁ କାର୍ଯ୍ୟ ଦଶନ୍ଧି ଦଶନ୍ଧି ଧରି ହେଉ ନ ଥିଲା, ତାହା ଆମେ ସ୍ୱଳ୍ପ ସମୟରେ ପୂରା କରିଛୁ । 

ସେହିଭଳି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜ ଦଳର ମନ୍ତ୍ରୀମାନଙ୍କୁ ଇସ୍ତଫା ନ ଦେବା ପାଇଁ କହିଛନ୍ତି । ଆଜି ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ଆଶା କରାଯାଉଥିବା ବେଳେ ଆଜି ବିଜେପି କୋର୍‌ କମିଟି ବୈଠକ ବି ଶେଷ ହୋଇଛି । ଏଥିରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଯୋଗଦେଇଥିଲେ । ବୈଠକରେ ବିଜେପି ସାଂସଦ ବି ସାମିଲ ହୋଇଥିଲେ । ସେହିଭଳି ବୈଠକରେ ଯୋଗଦେବା ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି, ରାମଙ୍କ କୃପାରୁ ସବୁ କାମ ହେଉଛି । ଦେଶ ପାଇଁ ଯାହା ଭଲ ତାହା ହେଉ । ଅନ୍ୟପକ୍ଷରେ ବିଜେପି ସାଂସଦ ଛେଦି ପାଶ୍ୱାନ କହିଛନ୍ତି, ମୁଁ ପୂର୍ବରୁ କହିଥିଲି ଯେ ନୀତୀଶ କୁମାର ପଦ ପାଇଁ କେଉଁଠିକୁ ବି ଯାଇପାରନ୍ତି । ଏବେ ସେ ଆସୁଥିବାରୁ ଆମର ଏହି ବୈଠକ ବସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଁଝିଙ୍କ ବାସଭବନରେ ମଧ୍ୟ ଆଜି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ଶ୍ୟାମସୁନ୍ଦର ଶରଣ କହିଛନ୍ତି, ମାଁଝି କହିଛନ୍ତି ଦଳ ଏନ୍‌ଡିଏ ସହ ରହିବ । ସବୁ ବିଧାୟକଙ୍କ ମତ ପ୍ରଧାନମନ୍ତ୍ରୀ ମୋଦି ଯେଉଁଆଡ଼େ ଯିବେ ଆମେ ସେଇଠି ରହିବୁ । ବିହାର ସରକାରରେ କଂଗ୍ରେସ ପଟୁ ମନ୍ତ୍ରୀ ଥିବା ଅଫାକ୍‌ ଆଲମ କହିଛନ୍ତି, ନୀତୀଶ ଜନତାଙ୍କ ପାଇଁ ଚିନ୍ତା କରୁନାହାନ୍ତି । ସେ ଏପଟ ସେପଟ ହେଉଛନ୍ତି । ତେବେ ସଂଖ୍ୟା ଖେଳରେ ଆର୍‌ଜେଡି ଆଗରେ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.