ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ବଙ୍ଗୋପସାଗର ଯାଏଁ ଆକାଶ ଧୂଆଁମୟ

ନୂଆଦିଲ୍ଲୀ, ୦୮/୧୧: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦଷଣ ଭୟଙ୍କର ସ୍ଥିତିରେ ରହିଛି । ମୁକାବିଲା ପାଇଁ ଅନେକ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ବିଦ୍ୟାଳୟ ବନ୍ଦ ରଖାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଛି । ତେବେ ପ୍ରଦୂଷଣ ବୃଦ୍ଧିର ମୁଖ୍ୟ କାରଣ ଯାନବାହନ ଚଳାଚଳ ଓ ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ିବା ବୋଲି କୁହାଯାଉଛି ।

ପ୍ରଦୂଷଣକୁ ନେଇ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ନାସାର ୱାର୍ଲ୍ଡଭିଉ ସାଟେଲାଇଟ୍ ଧୂଆଁମୟ ଆକାଶର ଫଟୋ ଉଠାଇଛି । ଯେଉଁଥିରେ ଦେଖାଯାଉଛି, ପାକିସ୍ତାନରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଧୂଆଁ ବ୍ୟାପିଛି । ଉତ୍ତର ଭାରତରୁ ନଡ଼ା ପୋଡ଼ିବା ଯୋଗୁଁ ଧୂଆଁ ବ୍ୟାପୁଥିବା ଦେଖାଯାଉଛି ।

ଭାରତରେ ତିଆରି ହେବ ଇସ୍ରାଏଲର ମାରାତ୍ମକ ଡ୍ରୋନ୍, ନିର୍ମାଣ କରିବ ଆଡାନୀ ଡିଫେନ୍ସ

ନାସାର ତଥ୍ୟ ଅନୁସାରେ, ଅକ୍ଟୋବର ୨୯ ପରଠାରୁ ନଡ଼ା ପୋଡ଼ି ମାମଲା ବଢ଼ି ଚାଲିଛି । ଉତ୍ତର ଭାରତୀୟ ରାଜ୍ୟରେ ଅକ୍ଟୋବର ୨୯ ମଧ୍ୟରେ ନଡ଼ା ପୋଡ଼ି ଘଟଣା ୭୪୦ ପ୍ରତିଶତ ବୃଦ୍ଧି ପାଇଛି । ଦିନକରେ ୧୦୬୮ଟି ନଡ଼ା ପୋଡ଼ି ମାମଲା ଦେଖିବାକୁ ମିଳିଛି ।

ଫଳରେ ରାଷ୍ଟ୍ରୀୟ ରାଜଧାନୀର ଏକାଧିକ ସ୍ଥାନରେ ବାୟୁ ଗୁଣବତ୍ତା ୫୦୦ ପାର୍ କରିଛି । ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ତାଲିକାର ଟପରେ ଗତ ୬ ଦିନ ଧରି ସ୍ଥାନିତ ହୋଇଛି ଦିଲ୍ଲୀ । ପ୍ରଦୂଷଣକୁ ଦେଖି ଦିଲ୍ଲୀରେ ଷ୍ଟେଜ୍-୪ ନିୟମ ଲାଗୁ ହୋଇଛି । ନିର୍ମାଣ ସହ ଡିଜେଲ୍ ଗାଡ଼ି ଚଳାଚଳ ଉପରେ ଲାଗିଛି କଟକଣା । 

ଟଙ୍କା ଖର୍ଚ୍ଚ କରି ଭାରତୀୟଙ୍କ ବିବାହରେ ସାମିଲ ହେଉଛନ୍ତି ବିଦେଶୀ, ଏହି ନୂଆ ଷ୍ଟାର୍ଟଅପ୍‌ରୁ ହେଉଛି ଖୁବ୍ ରୋଜଗାର

ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ନଡ଼ା ପୋଡ଼ି ରୋକିବାକୁ କହିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ଘଟଣାକୁ ରାଜନୈତିକ ଯୁଦ୍ଧ ଭୂଇଁ କରାନଯାଉ । ଧୂଆଁ ପାଇଁ ଏକାଧିକ ଲୋକ ନ ମରନ୍ତୁ ।

Copyright © 2022 - Summa Real Media Private Limited. All Rights Reserved.