ନୂଆଦିଲ୍ଲୀ ୦୬/୧୧: ‘ହାଇୱେ’, ‘୨ ଷ୍ଟେଟସ୍’, ‘ଡିଅର ଜିନ୍ଦଗୀ’, ‘ରାଜି’, ‘ଗଙ୍ଗୁବାଇ କାଠିଆୱାଡ଼ି’ ଆଦି ବଲିଉଡ୍ ଫିଲ୍ମରେ ନିଜର ଉଚ୍ଚକୋଟୀର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ‘ଗଙ୍ଗୁବାଇ କାଠିଆୱାଡ଼ି’ ଲାଗି ତାଙ୍କୁ ନିକଟରେ ଜାତୀୟ ପୁରସ୍କାର ମିଳିଛି । ଏହି ପରିପ୍ରେକ୍ଷୀରେ ଏକ ସାକ୍ଷାତକାରରେ ଆଲିଆ ସମାଲୋଚନାକୁ କିଭଳି ସହ୍ୟ କରନ୍ତି ସେ ସଂପର୍କରେ ପ୍ରକାଶ କରିଛନ୍ତି ।
ଆଲିଆ କହିଛନ୍ତି, ପ୍ରଥମେ ପ୍ରଥମେ ସମାଲୋଚନା ଶୁଣି ମୁଁ ବ୍ୟସ୍ତ ହୋଇଯାଉଥିଲି । ସୋସିଆଲ୍ ମିଡିଆରେ ନିଜ ସଂପର୍କରେ ବା ପରିବାର ବିଷୟରେ ନକରାତ୍ମକ କଥା ପଢ଼ିବା ପରେ ଦୁଃଖ ଲାଗୁଥିଲା । ଏବେ ଆଉ ସମାଲୋଚନାକୁ ଭୟ ନାହିଁ । ସେସବୁ ସହ ଅଭ୍ୟସ୍ତ ହୋଇଯାଇଛି । ସେସବୁକୁ ନେଇ ଦର୍ଶକଙ୍କ ସହ ଲଢ଼ିବିନି ବୋଲି ସ୍ଥିର କରିଛି ।ଯେହେତୁ ଆମେ ମନୋରଞ୍ଜନ ଜଗତରେ ଅଛୁ ଆମକୁ ସମାଲୋଚନାକୁ ସହ୍ୟ କରିବାକୁ ପଡି଼ବ । ମୋ’ ମତରେ ଦର୍ଶକମାନେ ଆମଠାରୁ ଯାହା ଚାହିଁଥାନ୍ତି ଆମର ପ୍ରଦର୍ଶନ ତା’ଠାରୁ ଖରାପ ହେଲେ ସେମାନେ ସମାଲୋଚନା କରିଥାନ୍ତି । ଏଭଳିକ୍ଷେତ୍ରରେ ମୁଁ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିବାକୁ ଶିଖିଯାଇଛି । ଦର୍ଶକଙ୍କ ପ୍ରତିକ୍ରିୟାକୁ ଗ୍ରହଣ କରି ଆଗକୁ କିଭଳି ଭଲ ପ୍ରଦର୍ଶନ କରିବି ସେ ଦିଗରେ ଧ୍ୟାନ ଦେଉଛି ।
ଆଲିଆଙ୍କୁ ଆଗକୁ ‘ଜିଗରା’ରେ ଦେଖିବାକୁ ମିଳିବ । ବସନ ବାଲା ତାର ନିର୍ଦ୍ଦେଶନାରେ ଅଛନ୍ତି । ଆସନ୍ତାବର୍ଷ ସେପ୍ଟେମ୍ବର ୨୭ରେ ଫିଲ୍ମଟି ରିଲିଜ ହେବ ।