ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶେଷ ହେଲା ରତ୍ନଭଣ୍ଡାର ଲେଜର ସ୍କାନିଂ, ଫଟୋ ଅନୁଧ୍ୟାନ ପରେ ନିଆଯିବ ପଦକ୍ଷେପ

ପୁରୀ, ୨୯।୧୧  ଏଏସଆଇ ପକ୍ଷରୁ ଚାଲିଥିବା ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ ହୋଇଛି। ଦୁଇଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାହାର ପାର୍ଶ୍ୱର ଥ୍ରୀଡି କ୍ୟାମେରା ଦ୍ବାରା ଲେଜର ସ୍କାନିଂ କରାଯାଇଥିଲା। ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଏଏସଆଇ ପକ୍ଷରୁ ଲେଜର ସ୍କାନିଂ କରାଯାଇଥିଲା। ତେବେ ଲେଜର ସ୍କାନିଂ ରୁ ଆସୁଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ଫାଟ ହୋଇଥିବା ସ୍ଥାନ ଗୁଡ଼ିକର ମରାମତି କରାଯିବ। ଅଭିଜ୍ଞ ବିଶେଷଜ୍ଞଙ୍କୁ ନିଆଯାଇ ଫଟୋ ଗୁଡ଼ିକର ତର୍ଜମା କରାଯିବା ସହ ଫାଟ ଗୁଡ଼ିକର କିଭଳି ମରାମତି ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡ଼ି.ବି.ଗଡନାୟକ କହିଛନ୍ତି।‌

 ଗତ ୨୦୧୮ ମସିହାରେ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ନେଇ ଏଏସଆଇ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ବିଶେଷ କରି ରତ୍ନଭଣ୍ଡାରର କାନ୍ଥ ବର୍ଷା ପାଣି ଯୋଗୁ ଓଦା ରହୁଥିବା ବେଳେ କାନ୍ଥର ସ୍ଥିତି ମଧ୍ୟ ଦୁର୍ବଳ ଥିବା ନେଇ ଏଏସଆଇ ରିପୋର୍ଟ ଦେଇଥିଲା। ତେବେ ଏହି ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ତୁରନ୍ତ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସଆଇ ର ଏକ ସ୍ବତନ୍ତ୍ର ଟିମ୍ ଏବଂ ଶ୍ରୀମନ୍ଦିର ବୈଷୟିକ ଟିମ୍ ର ସଦସ୍ୟଙ୍କୁ ନେଇ ରତ୍ନଭଣ୍ଡାରର ବାହାର ପାର୍ଶ୍ୱକୁ ଦୁଇଦିନ ଧରି ଲେଜର ସ୍କାନିଂ କରାଯାଇଛି। ତେବେ ଏହି କାର୍ଯ୍ୟକୁ ସେବାୟତ ଏବଂ ପୂର୍ବତନ ପରିଚାଳନା କମିଟି ସଦସ୍ୟ ସ୍ବାଗତ କରିଛନ୍ତି। ତୁରନ୍ତ ଲେଜର ସ୍କାନିଂ ରୁ ମିଳିଥିବା ତଥ୍ୟକୁ ସାର୍ବଜନୀନ କରାଯାଇ ରତ୍ନଭଣ୍ଡାରର ମରାମତି ଏବଂ ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି ସେବାୟତ। 

ଆହୁରି ପଢନ୍ତୁ : ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ୫ ସନ୍ତାନ: ଅଯୋଗ୍ୟ ଘୋଷଣା କଲେ ଜିଲ୍ଲାପାଳ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.