ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ହେଲେ ରେବନ୍ତ ରେଡ୍ଡୀ, ସାଥିରେ ଶପଥ ନେଲେ ୧୦ ମନ୍ତ୍ରୀ

ହାଇଦ୍ରାବାଦ, ୦୭/୧୨: ୪ ଦିନର ଟଣାଓଟରା ପରେ ଶେଷରେ ଗୁରୁବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ହାଇଦ୍ରାବାଦର ଏଲଭି ଷ୍ଟାଡିୟମରେ ଆୟୋଜିତ ହୋଇଛି ଶପଥ ଗ୍ରହଣ ସମାରୋହ । ଲକ୍ଷ ଲକ୍ଷ ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ତମିଲିସାଈ ସୁନ୍ଦରରାଜନ ରେବନ୍ତ ରେଡ୍ଡୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ରେବନ୍ତ ରେଡ୍ଡୀଙ୍କ ସହ ମଲ୍ଲୁ ଭଟ୍ଟି ଭିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରେବନ୍ତଙ୍କ ସହ ୧୦ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନଲମଦା ଉତ୍ତମ କୁମାର ରେଡ୍ଡୀ, ସି. ଦାମୋଦର ରାଜନରସିହ୍ମା, କୋମାଟିରେଡ୍ଡୀ ଭେଙ୍କଟ, ଡୁଡିଲ୍ଲା ଶ୍ରୀଧର ବାବୁ, ପୋଙ୍ଗୁଲେବ ଶ୍ରୀନିବାସ ରେଡ୍ଡୀ, ପୋନ୍ନମ ପ୍ରଭାକର, ସୋଟ କୋଣ୍ଡା ସୁରେଖା, ଡି. ଅନସୂୟା ସୀତାକ୍କା, ତୁମ୍ମଲା ନାଗେଶ୍ୱର ରାଓ, କୃଷ୍ଣା ରାଓ ଓ ଗଦ୍ଦାମ ପ୍ରସାଦ କୁମାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଆୟୋଜିତ ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସାମିଲ୍ ହୋଇଥିଲେ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ଉପସ୍ଥିତ ଥିଲେ ।

ତେଲଙ୍ଗାନା ବିଧାନସଭାର କ୍ଷମତା ଅନୁସାରେ, ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୮ ଜଣ ମନ୍ତ୍ରୀ ହୋଇ ପାରିବେ । ଆନ୍ଧ୍ରରୁ ବିଚ୍ଛେଦ ହୋଇ ତେଲଙ୍ଗାନା ତେଲଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ହେବା ପରେ କେସିଆରଙ୍କ ବିଆରଏସ୍ କ୍ଷମତାରେ ରହିଥିଲା । ଏବେ ବିଆରଏସକୁ କ୍ଷମତାଚ୍ୟୁତ୍ କରି କଂଗ୍ରେସ କ୍ଷମତା ହାତେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.