ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଂଲଣ୍ଡ ବିପକ୍ଷରେ ବିଜୟ ସହ ଇତିହାସ ରଚିଲେ ରୋହିତ, ଧୋନୀଙ୍କୁ ପଛରେ ପକାଇଲେ ହିଟ୍‌ ମ୍ୟାନ୍‌

Image Courtesy: tv9hindi

ନୂଆଦିଲ୍ଲୀ: ବିଶାଖାପାଟନମ୍‌ ଟେଷ୍ଟରେ ଇଂଲଣ୍ଡକୁ ୧୦୬ ରନ୍‌ରେ ପରାସ୍ତ କରିଛି ଭାରତୀୟ ଟିମ୍‌ । ଭାରତର ଏହି ବିଶାଳ ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୧ରେ ବରାବର କରିଛି । ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ ଖେଳାଯାଇଥିବା ୧୩ଟି ଟେଷ୍ଟରୁ ଏହା ସପ୍ତମ ବିଜୟ । ସେପଟେ ଇଂଲଣ୍ଡ ବିପକ୍ଷରେ ଏହି ବିଜୟ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ରୋହିତ ଶର୍ମା । ଭାରତୀୟ ଟିମ୍‌ ବିଜୟୀ ହୋଇଥିବା ୨୯୫ ମ୍ୟାଚ୍‌ରେ ଧୋନୀ ସାମିଲ ଥିଲେ । ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ବିଜୟୀ ସହ ୨୯୬ଟି ବିଜୟୀ ମ୍ୟାଚ୍‌ରେ ଭାଗିଦାରୀ ହୋଇଛନ୍ତି ରୋହିତ ଶର୍ମା । 

ସେପଟେ ବିରାଟ କୋହଲି ସର୍ବାଧିକ ୩୧୩ ବିଜୟୀ ମ୍ୟାଚ୍‌ରେ ଟିମ୍‌ରେ ସାମିଲ ଅଛନ୍ତି । ଅଧିନାୟକ ଭାବେ ରୋହିତଙ୍କ ଟେଷ୍ଟ କ୍ୟାରିୟର ଦେଖିଲେ ୫୪ ପ୍ରତିଶତ ମ୍ୟାଚ୍‌ ଜିତିଛନ୍ତି । ଓ୍ବାର୍ଲଡ୍‌ ଟେଷ୍ଟ ଚାମ୍ପିୟନସିପରେ ତାଙ୍କର ବିଜୟ ହାର ୫୦ ପ୍ରତିଶତ ରହିଥିଲା । ଅଧିନାୟକ ଭାବରେ ରୋହିତ ଭଲ ପ୍ରଦର୍ଶନ କରୁଛନ୍ତି । ହେଲେ ବ୍ୟାଟର ହିସାବରେ ଗତ କେତୋଟି ମ୍ୟାଚ୍‌ରେ ରୋହିତଙ୍କ ଖରାପ ପଦର୍ଶନ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି ।

ଗତ ୮ଟି ମ୍ୟାଚରେ ରୋହିତ ଶର୍ମା ଗୋଟିଏ ବି ଅର୍ଦ୍ଧଶତକ କରିନାହାନ୍ତି । ବିଶାଖାପାଟନମ ଟେଷ୍ଟରେ ବିଜୟ ସହ ଭାରତ ସିରିଜ୍‌ ବରାବର କରିଛି । ହେଲେ ସିରିଜ ଜିତିବାକୁ ହେଲେ ରୋହିତ ଶର୍ମାଙ୍କୁ ଭଲ ବ୍ୟାଟିଂ ଉପରେ ଖେଳପ୍ରେମୀଙ୍କ ନଜର ରହିବ । ଏହା ପୂର୍ବରୁ ହାଇଦ୍ରାବାଦ ମ୍ୟାଚ୍‌ରେ ଭାରତକୁ ହରାଇଥିଲା ଇଂଲଣ୍ଡ । ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ରାଜକୋଟରେ ଖେଳାଯିବ ।  

 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.