ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଗଞ୍ଜେଇ ଟାଣି ସ୍କୁଲରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରୁଥିଲେ ଯୁବକ, ତାଗିଦ୍ କରିବାରୁ ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ଆକ୍ରମଣ

ବାରିପଦା ସିଟି, ୪/୧୧ : ସ୍କୁଲ ପରିସରରେ ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ମାରଣାନ୍ତକ ଆକ୍ରମଣ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବର୍ତନା ଉପ୍ରା ବିଦ୍ୟାଳୟରେ ଜଣେ ଅସାମାଜିକ ଯୁବକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। 

ସୂଚନା ଅନୁଯାୟୀ, ଶନିବାର ସକାଳ ୭ ଟାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସମୀର କୁମାର ସିଂହ ସ୍କୁଲ ପରିସରରେ ଗଞ୍ଜେଇ ଟାଣି ନିଶାସକ୍ତ ଅବସ୍ଥାରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି କରୁଥିଲା। ଏନେଇ ସ୍କୁଲ କର୍ତ୍ତୃପକ୍ଷ ପରିଚାଳନା କମିଟିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ଜେନାଙ୍କୁ ଜଣାଇଥିଲେ। ଖବର ପାଇ ମୃତ୍ୟୁଞ୍ଜୟ ଜେନା ସେଠାରେ ପହଁଚି ସମୀରକୁ ଏପରି ନକରିବାକୁ ତାଗିଦ୍ କରିଥିଲେ। ଏଥିରେ ସମୀର ଉତକ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲା। ଏହାପରେ ସମୀରର ବାପା ବାବୁ ସିଂହ ମଧ୍ୟ ସେଠାରେ ପହଁଚିଥିଲେ। ଏହି ସମୟରେ ସମୀର ପାଖରେ ପଡିଥିବା ଇଟାରେ ମୃତ୍ୟୁଞ୍ଜୟଙ୍କୁ ମାରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲା ।

ଏହାଦେଖି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏବଂ ଆଖପାଖ ଲୋକ ସେଠାରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ମହାନ୍ତ ବଡ଼ସାହି ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି। ସମୀର ପୂର୍ବରୁ ମଧ୍ୟ ରାତିରେ ସ୍କୁଲ ପାଚେରୀ ଡେଇଁ ହତା ଭିତରକୁ ପସି ଗଛ ଆଦି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ତେବେ ସେ ସମୟରେ ମୃତ୍ୟୁଞ୍ଜୟ ତାଗିଦ୍ କରି ଛାଡିଦେଇଥିଲେ ବୋଲି ଜଣାପଡିଛି। ଅଭିଯୋଗକୁ ଗ୍ରହଣ କରି ପୁଲିସ ତଦନ୍ତ କରୁଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.