ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସି ଭୋଟରେ ସର୍ଭେରେ କଂଗ୍ରେସକୁ ଝଟକା, ତେଲଙ୍ଗାନାରେ ହ୍ୟାଟ୍ରିକ୍ ମାରିବେ କେସିଆର୍ !

ନୂଆଦିଲ୍ଲୀ, ୦୪/୧୧: ନଭେମ୍ବର ୩୦ରେ ତେଲଙ୍ଗାନାରେ ମତଦାନ ହେବ । ନିର୍ବାଚନ ପୂର୍ବରୁ ଏବିପି ନ୍ୟୁଜ୍ ଓ ସି-ଭୋଟର ଜନମତ ସର୍ଭେର ଫଳାଫଳ ଆସିଛି । ଜନମତ ସର୍ଭେ ଅନୁସାରେ, ତେଲଙ୍ଗାନା ଗଠନ ପରଠାରୁ ଲଗାତାର ତୃତୀୟ ଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ କେସିଆରଙ୍କ ବିଆରଏସ୍ ।

୨୦୧୪ରେ ତେଲଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରଠାରୁ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ୨୦୧୪ ଓ ୨୦୧୮ରେ କେସିଆରଙ୍କ ଟିଆରଏସ୍ କ୍ଷମତାକୁ ଆସିଥିବା ବେଳେ ଇତିମଧ୍ୟରେ ଦଳ ବିଆରଏସ୍ ନାମରେ ନାମିତ ହୋଇଛି । ତେଲଙ୍ଗାନାର ଚଳିତ ବିଧାନସଭା ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ଆଗରେ ଅଛନ୍ତି ବିଆରଏସ ଓ କଂଗ୍ରେସ ।

ଭୋଟିଂର ୩ ଦିନ ପୂର୍ବରୁ ଛତିଶଗଡ଼ରେ ଲାଲ୍ ହିଂସା, ପ୍ରଚାର ବେଳେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ଯଦି ସର୍ଭେ ଫଳାଫଳ ସତ ହୁଏ ତ କେସିଆର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ । ସର୍ଭେ ଫଳାଫଳ ଅନୁସାରେ, ଯଦିଓ କଂଗ୍ରେସ କ୍ଷମତାକୁ ଆସିବ ନାହିଁ ତଥାପି ୨୦୨୪ ପୂର୍ବରୁ କର୍ଣ୍ଣାଟକ ପରେ ଦଳକୁ ବଳ ଦେବ ତେଲଙ୍ଗାନା । ବିଆରଏସ୍ ପରେ କଂଗ୍ରେସ ତେଲଙ୍ଗାନାରେ ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେବ ବୋଲି ସର୍ଭେରୁ ଜଣାପଡ଼ିଛି ।

କର୍ଣ୍ଣାଟକରେ ରାହୁଲ୍ ଗାନ୍ଧୀଙ୍କ କିମିଆ କାମ ଦେଇଥିବାରୁ ଦଳ ସମାନ ସୂତ୍ର ଆପଣାଇଛି ତେଲଙ୍ଗାନାରେ । ରାହୁଲ ଗାନ୍ଧୀ ତେଲେଙ୍ଗାନାରେ କ୍ରମାଗତ ସାଧାରଣ ସଭା କରିବା ସହ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ସର୍ଭେ କହୁଛି, ତେଲଙ୍ଗାନାରେ ବିଜେପି କମ୍ ଆସନ୍ ପାଇବା ସହ ଭୋଟ୍ ପ୍ରତିଶତ କମିବ ।

ସେମିଫାଇନାଲ୍ ରେସରେ ପାକିସ୍ତାନ, ଫଖର ଜମାନଙ୍କ ଅପରାଜିତ ଶତକ, ହାରିଲା ନ୍ୟୁଜିଲାଣ୍ଡ

ମୋଟ ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନାରେ କଂଗ୍ରେସକୁ ୩୯ ପ୍ରତିଶତ, ବିଜେପି ୧୪ ପ୍ରତିଶତ, ବିଆରଏସ୍ ୪୧ ପ୍ରତିଶତ ଓ ଅନ୍ୟ ଦଳ ୬ ପ୍ରତିଶତ ଭୋଟ୍ ପାଇବେ ବୋଲି ସର୍ଭେ କହୁଛି । ସେହିଭଳି ୧୧୯ ଆସନରୁ କଂଗ୍ରେସକୁ ୪୩ରୁ ୫୫, ବିଜେପିକୁ ୫ରୁ ୧୧, ବିଆରଏସକୁ ୪୯ରୁ ୬୧ ଓ ଅନ୍ୟ ଦଳକୁ ୪ରୁ୧୦ ଆସନ ମିଳିପାରେ । 

ତେଲଙ୍ଗାନାରେ ସରକାର ଗଢ଼ିବା ଲାଗି ବହୁମତ ହେଉଛି ୬୦ । ସର୍ଭେର ଆକଲନ ଅନୁସାରେ, କେସିଆରଙ୍କ ବିଆରଏସ୍ ଏହି ସଂଖ୍ୟା ଛୁଇଁପାରେ । ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ଛତିଶଗଡ଼ ସହ ଡିସେମ୍ବର ୩ରେ ପ୍ରକାଶ ପାଇବ ।

ଏହା ଦୁର୍ଭାଗ୍ୟପୂର୍ଣ୍ଣ , ଉସୁକାଇବା ଭଳି କାରନାମା : କାନାଡାର ହେଲିକାପ୍ଟର ଦକ୍ଷିଣ ଚୀନ୍‌ ସାଗର ଉପରେ ଉଡିବା ନେଇ ଚାଇନାର ଅଭିଯୋଗ

Copyright © 2022 - Summa Real Media Private Limited. All Rights Reserved.