ଖୁଣ୍ଟା, ୦୨/୧୨ : ପ୍ରେମ ସମ୍ପର୍କକୁ ନେଇ ତୁମୁଳକାଣ୍ଡ। ନିଆଁରେ ପୋଡ଼ି ହୋଇ ନାବାଳିକା ମୃତ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାବାଳିକାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମର ଜଣେ ଯୁବକ ତାର ନାବାଳିକା ପ୍ରେମିକାକୁ ଗତ ଶୁକ୍ରବାର ରାତିରେ ଲକ୍ଷ୍ମଣାସାହି ପଞ୍ଚାୟତ ଅଧୀନ କୁସୁଗୋଡିଆ ଗ୍ରାମ ସ୍ଥିତ ଘରକୁ ଦେଖା କରିବାକୁ ଆସିଥିଲା। ରାତିରେ ପ୍ରେମିକା ଘରେ ରହି ଯାଇଥିଲା। ସକାଳେ ଉଭୟ ଦୁଇ ପ୍ରେମୀ ଯୁଗଳ ଗୋଟିଏ ଘର ଭିତରେ ରହିଥିବା ଝିଅର ମା ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକେ ଉଭୟଙ୍କୁ କାବୁ କରିବା ସହିତ ଯୁବକକୁ ଅଟକ ରଖିଥିଲେ।
ତେବେ ଅନ୍ଯ ଏକ ଘର ଭିତରେ ନାବାଳିକା ଜଣକ ପୋଡ଼ି ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ପରେ ତାକୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ନେଇ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୁତ୍ଯୁ ଘଟିଛି। ଖବର ପାଇ ଖୁଣ୍ଟା ପୋଲିସ ପହଞ୍ଚି ମୁତଦେହକୁ ଜବତ କରିବା ସହିତ ପ୍ରେମିକକୁ ଅଟକ ରଖିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୋୖଣସି ଅଭିଯୋଗ ହୋଇନଥିବା ବେଳେ ନାବାଳିକା ମୁତ୍ଯୁ ଘଟଣାକୁ ନେଇ ଖୁଣ୍ଟା ପୋଲିସ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ଜଣାପଡିଛି।