ନୀଳଗିରି,୧୪/୧୧(ଆ.ପ୍ର): ଦେଶ ସ୍ଵାଧୀନ ହୋଇଥିଲା ସତ ହେଲେ ରାଜା ଶାସନ ନୀଳଗିରିରେ ଥିବାବେଳେ ଗଣ ତନ୍ତ୍ରରେ ସାମିଲ ହୋଇନଥିଲା। ନୀଳଗିରିର ସଂଗ୍ରାମୀ ମାନଙ୍କର ପ୍ରଚେଷ୍ଟା ଯୋଗୁ ଶେଷରେ ନୀଳଗିରି ପ୍ରଥମ ଗଡ଼ଜାତ ରାଜ୍ୟଭାବେ ଗଣତନ୍ତ୍ରରେ ସାମିଲ ହେବାପରେ ଆଉ ସବୁ ରାଜା ଶାସିତ ରାଜ୍ୟ ଗଣତନ୍ତ୍ରରେ ସାମିଲ ହୋଇଥିଲେ। ପ୍ରାଣ ସ୍ବର୍ଗତ କୈଳାଶ ଚନ୍ଦ୍ର ମହାନ୍ତି, ହାଡିବନ୍ଧୁ ରାଜ, ବଳରାମ ରାଜ, ଗୋକୁଳାନନ୍ଦ ନାୟକ, ବନମାଳୀ ଦାସ, ସାଧୁଚରଣ ବିଦ୍ୟାଧର, ଉଦୟ ବୀରବର, ମଦନମୋହନ ଦାସ, କ୍ଷେତ୍ରମୋହନ ବେହେରା,ବୃନ୍ଦାବନ ଷଢଙ୍ଗୀ, ପ୍ରାଣବନ୍ଧୁ ଅଗସ୍ତି ଙ୍କ ସଂଗ୍ରାମୀ ମନୋଭାବ ଏବେର ପୀଢ଼ିଙ୍କୁ ଆଜି ନୂତନ ଦିଗଦର୍ଶନ ଦେଇଛି ବୋଲି ପୂଜ୍ୟପୂଜା କମିଟି ତରଫରୁ ଆୟୋଜିତ ୭୭ ତମ ଗଡ଼ଜାତ ମିଶ୍ରଣ ଉତ୍ସବରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।
ପୂଜ୍ୟପୂଜା କମିଟି ତରଫରୁ ନୀଳଗିରି ମହିଳା ମହାବିଦ୍ୟାଳୟ ତରଫରୁ ଆୟୋଜିତ ଉତ୍ସବରେ କମିଟିର ସଭାପତି ସଦାଶିବ ରଥଙ୍କ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ସାଂସଦ ପ୍ରତାପ ଷଢଙ୍ଗୀ, ମୁଖ୍ୟବକ୍ତା ନୀଳଗିରିର ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଯୋଗଦେଇ ଗଡ଼ଜାତ ସଂଗ୍ରାମୀ ମାଟି ନେଇ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ।ବରେଣ୍ୟ ଅତିଥି ଭାବେ ନୀଳଗିରିର ପ୍ରାକ୍ତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ଓ ପ୍ରଦୀପ୍ତ ପଣ୍ଡା, ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଡ଼ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ନୀଳଗିରି ଏନଏସିର ଚେୟାରମ୍ୟାନ ଅମ୍ବିକା ଦାସ, ନୀଳଗିରି ୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ବାବା ପଞ୍ଚଲିଙ୍ଗେଶ୍ୱର ଜୁନିଅର ମହାବିଦ୍ୟାଳୟର ଅଧକ୍ଷ ପ୍ରଶାନ୍ତ କୁମାର ବେହେରା ମଧ୍ୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ପୂଜ୍ୟପୂଜା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର ମହାପାତ୍ର ଉତ୍ସବରେ ସହଯୋଗ କରି ଉତ୍ସବକୁ ସଫଳ ପରିଚାଳନା କରିବାରେ ଭୂମିକା ନେଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ପରିଚାଳନା କରିଥିବାବେଳେ ସଂସ୍କୃତ ଅଧ୍ୟାପକ ସଞ୍ଜୟ କୁମାର ପତି ପ୍ରାରମ୍ଭରେ ବେଦ ଉଚ୍ଚାରଣ କରିଥିଲେ। ଗୁରୁ ଗୌରଚରଣଙ୍କ ନେତୃତ୍ୱରେ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିବାବେଳେ ପୂଜ୍ୟପୂଜା କମିଟି ତରଫରୁ ଅଜୟ ମହାପାତ୍ର,ରାଧାଗୋବିନ୍ଦ ପଶା,କମଳଲୋଚନ ପାଢ଼ୀ ଅନିମା ପାଢ଼ୀ,ସୁକାନ୍ତ କୁମାର ଦାସ, ମନୋରଞ୍ଜନ ଦାସ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଦାସ, ଶ୍ରୀଯୁକ୍ତ ନିର୍ମଳ ପ୍ରଧାନ, ଶ୍ରୀମାନ ଦିଲ୍ଲୀପ କୁମାର ସ୍ୱାଇଁ ଆଦିଙ୍କୁ ବିଭିନ୍ନ ବିଭାଗ ପାଇଁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସ୍ବର୍ଗତ ଅର୍ଜୁନ ଆଚାର୍ଯ୍ୟଙ୍କୁ ମରଣତ୍ତୋର ସମ୍ମାନରେ ସମ୍ମାନିତ କରାଯାଇଥିଲା।ନୀଳଗିରି ମହିଳା ମହାବିଦ୍ୟାଳୟର ଦୁଇ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସାହୁ ଓ ମଞ୍ଜୁଶ୍ରୀ ପଣ୍ଡା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହେବା ସହ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗ୍ରାନ୍ଥଗାରିକ ଶ୍ରୀଯୁକ୍ତ ଭାସ୍କର ବିଶ୍ୱାଳ ସଂଚାଳନ କରିବା ସହ ତରତରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଏକ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ନୀଳଗିରିର ସମସ୍ତ ସାମ୍ବାଦିକ, ବରିଷ୍ଠ ନାଗରିକ ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦାନ କରିଥିବା ବେଳେ ଏପରି କାର୍ଯ୍ୟକ୍ରମ ପାଇଁ ପୂଜ୍ୟପୂଜା କମିଟିକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ।