ପ୍ରମୂଖ ଖବର

କୋକସରା ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୮/୧୨ : କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଅଧ୍ୟାପକ ସୁବ୍ରତ ବେହେରା, ଅଧ୍ୟାପକ ଜଗନ ଚନ୍ଦାନି, ଅଧ୍ୟାପିକା କନକ ମଞ୍ଜରୀ ବେହେରା ଉପସ୍ଥିତଥିଲେ । 

ଅଧ୍ୟାପକ ଐରି ନାଶନ ଚିନ୍ଦା ମଞ୍ଚ ସଂଯୋଜନା କରିଥିବାବେଳେ ନିଜ ଅଭିଭାଷଣରେ ଆମ ମୁଖ୍ୟମନ୍ତ୍ରୀ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି । ଏହାର ସଫଳ ରୂପାୟନ ହେଲେ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଉଦ୍ଦେଶ୍ୟ ସାଧିତ ହେବ ବୋଲି ଅତିଥିମାନେ କହିଛନ୍ତି । ପରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ଅଗ୍ନି ନିରାପତ୍ତାକୁ ନେଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଡେମୋ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ଶୁଭଶ୍ରୀ ସାହୁ, ବେଦମତି ବାରିକ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, କ୍ରୀଡ଼ା ଶିକ୍ଷକ ପ୍ରତାପ ବିଶି, ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.