ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର, ମନ କଥାକୁ ଭାଷାରେ ରୂପାନ୍ତର କରିବ ଡିଭାଇସ୍‌

ନୂଆଦିଲ୍ଲୀ ୧୬/୦୫: ବୈଜ୍ଞାନିକମାନେ ମଣିଷ ମନକୁ ପଢ଼ିବାକୁ ଏକ ସ୍ୱତନ୍ତ୍ର ଉପକରଣ ପ୍ରସ୍ତୁତ କରିଛନ୍ତି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଅଧ୍ୟୟନରେ ସାମିଲ ଲୋକଙ୍କ ବିଚାରକୁ ଡିକୋଡ୍‌ କରି ୭୯ ପ୍ରତିଶତ ସଠିକତା ସହିତ ତାକୁ ଶବ୍ଦରେ ରୂପାନ୍ତର କରିଛନ୍ତି । ବିଶ୍ୱବିଦ୍ୟାଳୟର ଟି ଆଣ୍ଡ୍‌ ସି ବ୍ରେନ୍‌-ମେସିନ୍‌ ଇଣ୍ଟରଫେସ୍‌ ସେଣ୍ଟର୍‌ ଦ୍ୱାରା ଏହି ଉପକରଣ ବିକଶିତ ହୋଇଛି । ବାକ୍‌ ଶକ୍ତି ହରାଇଥିବା ଓ ଏ ସମ୍ବନ୍ଧୀୟ ବିକାରରେ ପୀଡ଼ିତ ରୋଗୀଙ୍କ ପାଇଁ ଏହା ସହାୟକ ହେବ । ଏହି ସ୍ପିଚ୍‌ ଡିକୋଡର୍‌ ବ୍ରେନ୍‌-ମେସିନ୍‌ ଇଣ୍ଟର୍‌ଫେସ୍‌ ଭାବେ କାମ କରେ ଏବଂ ମନ ଭିତରେ କହିବା ସମୟରେ ଏହା ମସ୍ତିଷ୍କ କାର୍ଯ୍ୟକଳାପକୁ ଗ୍ରହଣ କରେ । ତା’ପରେ ଏହାକୁ ଭାଷାରେ ଅନୁବାଦ କରେ । 

ଅଧ୍ୟୟନରେ ଉଚ୍ଚ ସଠିକତା ହାର ଯୋଗୁ ଏହି ଟେକ୍ନୋଲୋଜିକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ନେଚର୍‌ ହ୍ୟୁମାନ୍‌ ବିହେଭିଓର ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ବୈଜ୍ଞାନିକମାନେ ଅଧ୍ୟୟନରେ ସାମିଲ ଦୁଇଜଣଙ୍କ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଛୋଟ ଛୋଟ ଉପକରଣକୁ ପ୍ରତିରୋପଣ କରିଥିଲେ । ଉପକରଣଗୁଡ଼ିକ ତା’ପରେ ମସ୍ତିଷ୍କରୁ ସଙ୍କେତଗୁଡ଼ିକୁ ପଢ଼ିଲେ, ଅନୁବାଦ କଲେ ଏବଂ ଠିକ୍‌ ସମୟରେ ଏହାକୁ ଭାଷାରେ ରୂପାନ୍ତର କଲେ ବୋଲି ଅଧ୍ୟୟନକର୍ତ୍ତା କହିଛନ୍ତି । ଅଧ୍ୟୟନରେ ସାମିଲ ବ୍ୟକ୍ତିଙ୍କୁ ‘ଚାମଚ’, ‘ଅଜଗର’ ଓ ‘ଯୁଦ୍ଧକ୍ଷେତ୍ର’ ଭଳି ଶବ୍ଦ ଚିନ୍ତା କରିବାକୁ କୁହାଗଲା । ଏହି ବିଚାରକୁ ପରେ ଉଚିତ୍‌ ସମୟରେ ଅନୁବାଦ କରାଗଲା ।

ମନରେ ଚିନ୍ତା କରିଥିବା କଥା ସହ ସଂଶ୍ଳିଷ୍ଟ ସ୍ନାୟବିକ କାର୍ଯ୍ୟକଳାପକୁ କାବୁ କରିଥିବା ବୈଜ୍ଞାନିକମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଉପକରଣଟି ବିଭିନ୍ନ ପ୍ରକାର ଆଭ୍ୟନ୍ତର କଥାକୁ ଡିକୋଡ୍‌ କରିବାରେ ସକ୍ଷମ ହୋଇଥିଲା । ମନେ ମନେ କିଛି ଶବ୍ଦ କହିବା ଏବଂ ଭାବିଥିବା ଶବ୍ଦର ବସ୍ତୁ ବିଷୟରେ ଚିନ୍ତା କରିବା ଆଦି ଏଥିରେ ସାମିଲ । ଏଥିପାଇଁ ବୈଜ୍ଞାନିକମାନେ ମସ୍ତିଷ୍କର ‘ସୁପ୍ରାମାର୍ଜିନାଲ ଗାଇରସ୍‌’ ନାମକ କ୍ଷେତ୍ରକୁ ପ୍ରୟୋଗ କଲେ । ବୁଝିବା ଓ ଭାଷାର ପ୍ରକ୍ରିୟାକରଣ ନିମନ୍ତେ ଏହା ଏକ ଜଟିଳ ଅଂଶ । ଏଲନ୍‌ ମସ୍କଙ୍କ ନ୍ୟୁରାଲିଙ୍କ୍‌ ଭଳି ଅନ୍ୟ ବ୍ରେନ୍‌-ମେସିନ୍‌ ଇଣ୍ଟର୍‌ଫେସ୍‌ ଡିଭାଇସ୍‌ ଭଳି ଏହି ଟେକ୍ନୋଲୋଜି ସମାନ କାର୍ଯ୍ୟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.