ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଫାଇନାନ୍ସ କମ୍ପାନୀର ୪ଲକ୍ଷ ୨୯ହଜାର ଟଙ୍କା ଠକେଇ କରି ସାଙ୍ଗ ସହ ଫାଇନାନ୍ସ କର୍ମଚାରୀ ଗିରଫ

ଖଲ୍ଲିକୋଟ, ୨୪/୫ : ଗୋଟିଏ ଫାଇନାନ୍ସ କମ୍ପାନୀର ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରି ସାଙ୍ଗ ସହ ଫାଇନାନ୍ସ କର୍ମଚାରୀ ପୋଲିସ ଦ୍ୱାରା ଗିରଫ। ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ କାଳିଯାଇ ଷ୍ଟେସନ ରୋଡ଼ରେ ଥିବା ଫ୍ୟୁଜନ ଫାଇନାନ୍ସ କମ୍ପାନୀରୁ ୪ଲକ୍ଷ ୨୯ହଜାର ଟଙ୍କା ଠକେଇ ହୋଇଥିବା ନେଇ ଏରିଆ ମ୍ୟାନେଜର ସୁଶାନ୍ତ ସାହୁ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଖଲ୍ଲିକୋଟ ଥାନା କେସ ନମ୍ବର ୪୨୫/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏଥିପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ ସାହୁଙ୍କ ନେତୃତ୍ୱରେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଓ କନେଷ୍ଟବଳ ଧର୍ମରାଜ ଡୁଙ୍ଗଡୁଙ୍ଗଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା । ଠକେଇରେ ଫାଇନାନ୍ସ କର୍ମଚାରୀ ପ୍ରତାପ ଦତ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ସ୍ୱତନ୍ତ୍ର ଟିମ ଆଜି ପୁରୀରୁ ପ୍ରତାପ ଦତ୍ତଙ୍କୁ ଗିରଫ କରିଥିଲେ । ପ୍ରତାପଙ୍କୁ ପଚରାଉଚରା କରିବା ପରେ ସାଙ୍ଗ ହୃଦାନନ୍ଦ ସାହୁଙ୍କୁ ନୟାଗଡ଼ରୁ ଗିରଫ କରିଥିଲେ। ଦୁଇ ସାଙ୍ଗ ମିଶି ସବୁ ଟଙ୍କା ଅନଲାଇନ ଗେମରେ ଖେଳି ଦେଇଥିବା ଜଣାପଡ଼ିଛି। ଗିରଫ ଫାଇନାନ୍ସ କର୍ମଚାରୀ ପ୍ରତାପଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଶଗଡ଼ଭଙ୍ଗା ନନ୍ଦପୁର ପାଟଣାରେ ହୋଇଥିବାବେଳେ ତାଙ୍କ ସାଙ୍ଗ ହୃଦାନନ୍ଦଙ୍କ ଘର ଓଡଗାଁ ଥାନା କ୍ରୁମ ବାଙ୍କାତାରା ଗ୍ରାମରେ ବୋଲି ପୋଲିସ ସୂଚନା ଦେଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.