ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଘର ଭିତରେ ପରିବାର ଲୋକ, ଛାତ ଉପରେ ଛକିଛି ବାଘ

ନୂଆପଡା, ୪।୧୧  ମହିଳାକୁ ମାରି ଖାଇବା ପରେ ଗାଁ ଛାଡ଼ୁନି କଲରାପତରିଆ ବାଘ। ଘର ଭିତରେ ପରିବାର ଲୋକ ଶୋଇଥିବା ବେଳେ  ଛାତ ଉପରେ ମଣିଷଖିଆ ବାଘ ଛକି ରହିଛି। ଧରମବନ୍ଧା ଥାନା ସିଲିଆରିବାହାରା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜିରାଖଣ୍ଡ ସାହୁ ଘର ଉପରେ ବାଘ ଛକି ବସିଥିବାର ଦେଖିବାକୁ ମିଳିଛି।  ମଣିଷଖିଆ ବାଘକୁ ନେଇ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଅନ୍ୟ ପକ୍ଷରେୁ ଗାଁରେ ପଇଁତରା ମାରୁଛି ବନ ବିଭାଗ।

  ସୂଚନାଯୋଗ୍ୟ ଯେ ଶନିବାର ସନ୍ଧ୍ୟାରେ ଶିଶୁକୁ ଘରୁ ଉଠାଇ ନେଇଥିଲା କଳରାପତରିଆ ବାଘ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଜୀବିତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। । ଧରମବନ୍ଧା ବିଟ କୋଦୋପାଲି ଗ୍ରାମରେ ଏହି  ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଧରମବନ୍ଧା ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ଭର୍ତ୍ତି କରାଯାଇଛି। 

ଅନ୍ୟପକ୍ଷରେ ଗତ  ପାଞ୍ଚ ଦିନ ତଳେ କଟିଙ୍କପାଣି ଗ୍ରାମର ଛଅ ବର୍ଷ ର ନାବାଳକ ଡମ୍ବରୁ ଧର ମାଝୀ ଙ୍କୁ ଖେଳୁଥିବା ସମୟରେ ବାଘ ଟେକି ନେଇଥିଲା । ଗାଁ ଲୋକ ଘଉଡେଇବା ପରେ ବାଘ ଟି ଶିଶୁ କୁ ଏକ ଚଟାଣରେ ଛାଡି ଚାଲି ଯାଇଥିଲା। । ଲୋକେ ସେହି ଶିଶୁ କୁ ଉଦ୍ଧାର କରିବା ଭିତରେ ତାର ମୃତ୍ୟୁ ହୋଇ ସାରିଥିଲା । ସେହି ରାତିରେ ହିଁ ଗାଁର ଅର୍ଜୁନ ମାଝୀ ଙ୍କ ଗୁହାଳରେ ପଶି ଗାଈ ମାରି ବାଘ ଖାଇଥିଲା । ତେବେ ତିନି ଦିନ ପରେ ପୂଣି ସିଲିଆରିବାହାରା ଗାଁରେ ଦେଖା  ଦେଇଛି ବାଘ ଆତଙ୍କ । ଶୌଚ ଯିବା ଭିତରେ ଗାଁର ରାମେଶ୍ରୀ ମାଝୀଙ୍କୁ ଟେକି ନେଇ ବାଘ ମାରି ଖାଇଥିଲା । ଯାହାକୁ ପରିବାର ଲୋକେ ଜାଣି ପାରି ନଥିଲେ ।  ଶନିବାର ସକାଳୁ ଜଙ୍ଗଲ ଭିତରେ ବାଘ ଖାଉଥିବା ର ଦେଖିଥିବା ବେଳେ ଲୋକେ ଘଉଡେଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । କାରଣ ପାଲଟା ଆକ୍ରମଣ କରିଥିଲା ବାଘ । ପରେ ଗ୍ରାମବାସୀ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲେ। 

ଆହୁରି ପଢନ୍ତୁ : ଶିଶୁକୁ ଘରୁ ଝାମ୍ପି ନେଲା ବାଘ, ଗ୍ରାମବାସୀ କଲେ ଉଦ୍ଧାର

Copyright © 2022 - Summa Real Media Private Limited. All Rights Reserved.