ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନିତା କେଜ୍ରିୱାଲଙ୍କ ରୋଡ୍‌ ଶୋ’ ବେଳେ ହଠାତ୍ କାନ୍ଦିଲେ ଆପ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ – ଆମ୍‌ ଆଦମୀ ପାର୍ଟି ଲୋକସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତିରେ ଲାଗି ପଡ଼ିଛି। ଏହି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଦିଲ୍ଲୀର ତିଳକ ନଗରରେ ରୋଡ୍‌ ଶୋ’ କରିଛନ୍ତି। ଉକ୍ତ ରୋଡ୍‌ ଶୋ’ ବେଳେ ପଶ୍ଚିମୀ ଦିଲ୍ଲୀରୁ ଆପ୍‌ର ଲୋକସଭା ପ୍ରାର୍ଥୀ ମହାବଳ ମିଶ୍ର ମଧ୍ୟ ନଜର ଆସି ଥିଲେ। ବିଶେଷ କଥା ଏହା କି, ଏହି ରୋଡ୍‌ ଶୋ ବେଳେ ମହାବଳ ମିଶ୍ର ଭାବ ବିହ୍ୱୋଳ ହେବାର ନଜର ଆସି ଥିଲେ। 

ମହାବଳ ମିଶ୍ରଙ୍କର ଭାବପ୍ରବଣ ହେବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ନଜର ଆସୁଛି କି, ରୋଡ୍‌ ଶୋ ବେଳେ ମହାବଳ ମିଶ୍ର ଭାବୁକ ହୋଇ ଯାଉଛନ୍ତି। ଭିଡ଼ିଓରେ ଦେଖିବାକୁ ମିଳୁଛି କି ମହାବଳ ମିଶ୍ର ନିଜର ଆଖିର ଲୁହ ପୋଛୁଛନ୍ତି। ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁସାରେ ଆମ୍‌ ଆଦମୀ ପାର୍ଟି ୪ ଓ କଂଗ୍ରେସ ୩ଟି ସିଟ୍‌ରେ ନିର୍ବାଚନ ଲଢୁଛି। ତିଳକ ନଗର ଅଞ୍ଚଳରେ ସୁନିତା କେଜ୍ରିୱାଲ ହାତ ଯୋଡ଼ି ଲୋକଙ୍କ ଅଭିବାଦନ କରିବା ନଜର ଆସୁଛି। ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି ସେଥିରେ ମହାବଳ ମିଶ୍ର ଗାଡ଼ି ଉପରେ ପଛକୁ ବସିଛନ୍ତି।

କିଛି ମିଡ଼ିଆ ରିପୋର୍ଟରେ କୁହାଯାଉଛି କି , ଯେବେ ସୁନିତା କେଜ୍ରିୱାଲ ରୋଡ୍‌ ଶୋ ବେଳେ ମହାବଳ ମିଶ୍ରଙ୍କ ପରିଚୟ ଦେଲେ ତ ଆପ୍‌ ପ୍ରାର୍ଥୀ ମହାବଳ ମିଶ୍ର ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.