ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅମୁଲ ପରେ ଏବେ ମଦର ଡେରୀର କ୍ଷୀର ହେଲା ମହଙ୍ଗା, ଲିଟର ପ୍ରତି ବଢିଲା ଏତେ ଟଙ୍କା

ନୂଆଦିଲ୍ଲୀ,୩।୬: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଆସିବାକୁ ଯାଉଛି।  ଅମୂଲ ପରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି ମଦର୍ ଡେରୀ(Mother Dairy)। ଆଜି କମ୍ପାନୀ ପକ୍ଷରୁ କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ନିକଟରେ ଅମୂଲ ମଧ୍ୟ କ୍ଷୀର ଲିଟର୍ ପିଛା ୨ ଟଙ୍କା ବୃଦ୍ଧି କରିଥିଲା। ଫଳରେ ଦୁଇ ଦିନ ଭିତରେ ସାଧାରଣ ଲୋକଙ୍କୁ ଲାଗିଛି ବଡ ଝଟକା।

ଗତ ୧୫ ମାସ ମଧ୍ୟରେ ଇନପୁଟ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଦର ବୃଦ୍ଧି କରିଛନ୍ତି ଦୁଗ୍ଧ କମ୍ପାନୀ। ଆଜିଠାରୁ ସମଗ୍ର ଦେଶରେ ଏହି ଦର ଲାଗୁ ହେବ ବୋଲି ମଦର୍ ଡେରୀ ପକ୍ଷରୁ କୁହାଯାଇଛି। ମଦର୍ ଡେରୀ  ଦିଲ୍ଲୀ-ଏନ୍‌ସିଆର ପାଇଁ କ୍ଷୀର ମୂଲ୍ୟ ବୃଦ୍ଧି କରିଛି। ସବୁ ପ୍ୟାକେଟ୍ କ୍ଷୀର ମୂଲ୍ୟ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛି।  ବର୍ଷେରୁ ଅଧିକ ସମୟ ଧରି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାକୁ ଲାଗିଛି। ଉତ୍ପାଦକମାନଙ୍କୁ କ୍ଷତିପୂରଣ ଭରିବା ପାଇଁ କମ୍ପାନୀ ଦର ବୃଦ୍ଧି କରିଛି। 

କମ୍ପାନୀ ଆହୁରି କହିଛି ଯେ, ଗତ କିଛି ମାସ ମଧ୍ୟରେ କ୍ରୟ ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ମୂଲ୍ୟ ବଜାୟ ରହିଥିଲା। କୌଣସି ପ୍ରକାର ଦର ବୃଦ୍ଧି କରାଯାଉ ନଥିଲା। ତାପମାତ୍ରା ବୃଦ୍ଧି କାରଣରୁ ଦୁଗ୍ଧ ଉତ୍ପାଦନ ଅଧିକ ପ୍ରଭାବିତ ହୋଇପାରେ ବୋଲି କମ୍ପାନୀ କହିଛି। କମ୍ପାନୀ ଜୁନ୍‌ରୁ ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ଟି ସ୍ପେଶାଳ କ୍ଷୀରର ଦାମ ବଢାଇ ଦେଇଛି। ଅମୁଲ ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛି ଯେ, କ୍ଷୀର ଦାମ୍‌ରେ ୩-୪% ବୃଦ୍ଧି କରାଯାଇଛି। ଏହି ଦର ବୃଦ୍ଧି ପରେ ଦିଲ୍ଲୀ-ଏନସିଆରରେ ମଦର୍ ଡେରୀର ଫୁଲ୍ କ୍ରିମ୍ କ୍ଷୀର ଲିଟର ପିଛା ୬୮ ଟଙ୍କା ଥିବାବେଳେ ଟୋନ୍ଡ କ୍ଷୀର ଲିଟର ପିଛା ୫୬ ଟଙ୍କା ଏବଂ ଡବଲ୍ ଟୋନ୍ଡ କ୍ଷୀର ଲିଟର ପିଛା ୫୦ ଟଙ୍କା ରହିଛି। ସେହିପରି ମଇଁଷି ଏବଂ ଗାଈ କ୍ଷୀରର ଲିଟର ପିଛା ମୂଲ୍ୟ ଯଥାକ୍ରମେ ୭୨ ଟଙ୍କା ଏବଂ ୫୮ ଟଙ୍କାରେ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.