ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଜମ୍ମୁ-କଶ୍ମୀରରେ ପ୍ରଥମ ନିର୍ବାଚନ ରାଲିରେ ବର୍ଷିଲେ ଶାହ:କହିଲେ-କଂଗ୍ରେସ, ନ୍ୟାସନାଲ କନଫ୍ରେନ୍ସ ଫେରିଲେ ହେବ ଆତଙ୍କୀଙ୍କ ରାଜ୍

ନୂଆଦିଲ୍ଲୀ,୭।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଜମ୍ମୁ-କଶ୍ମୀରରେ ବିଜେପିର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଜମ୍ମୁର ଏକ ରାଲିକୁ ସମ୍ବୋଧିତ କରି ଶାହ ବିଧାନସଭା ନିର୍ବାଚନ ପରେ ଜମ୍ମ-କଶ୍ମୀରକୁ ରାଜ୍ୟ ପାହ୍ୟା ଦେବାର ଆଶ୍ବାସନା ଦେଇଛନ୍ତି। ନ୍ୟାସନାଲ କନଫ୍ରେନ୍ସ-କଂଗ୍ରେସ ମେଣ୍ଟକୁ ଟାର୍ଗେଟ କରି ଶାହ ଅଭିଯୋଗ କରିଛନ୍ତି ସେମାନେ ଜମ୍ମୁ-କଶ୍ମୀରକୁ ପୁଣିଥରେ ଆତଙ୍କବାଦର ନିଆଁରେ ପକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ କେନ୍ଦ୍ର ସରକାର କେନ୍ଦ୍ର ଶାସିକ ରାଜ୍ୟରେ ଆତଙ୍କବାଦ ଘଟଣାରେ ୭୦% ହ୍ରାସ ଘଟିଛି। ଶାହ ପାର୍ଟି କର୍ମୀଙ୍କୁ କହିଛନ୍ତି, ନ୍ୟାସନାଲ କନଫ୍ରେନ୍ସ ଓ କଂଗ୍ରେସ କେବେ ବି ଜମ୍ମୁ-କଶ୍ମୀର‌ରେ ସରକାର ଗଠନ କରିପାରିବେନି, ଏ ବିଷୟରେ ଆଶ୍ବସ୍ଥ ରୁହନ୍ତୁ।’

ଗୃହମନ୍ତ୍ରୀ ଶାହ ଏହା ମଧ୍ୟ କହିଛନ୍ତି ଯେ, ଏହା ଭାରତର ପତାକା ଓ ସମ୍ବିଧାନ ଅନୁସାରେ ହେଉଥିବା ପ୍ରଥମ ନିର୍ବାଚନ ଓ ତେଣୁ ଏହା ଏକ ଐତିହାସିକ ସୁଯୋଗ। ଏହି ସମୟରେ ସେ କଂଗ୍ରେସ ଓ ନ୍ୟାସନାଲ କନଫ୍ରେନ୍ସ ଉପରେ ପୁରୁଣା ବ୍ୟବସ୍ଥା ଲାଗୁ କରିବାର ଅଭିଯୋଗ କରିଛନ୍ତି। ଶାହ ୧୮ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ଅଭିଯାନର ଆରମ୍ଭ କରିବା ପାଇଁ ଦୁଇ ଦିବସୀୟ ଗସ୍ତରେ ଜମ୍ମୁରେ ଅଛନ୍ତି।

ଅମିତ ଶାହ ରାଲିକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ପାର୍ଟି ଗୁଜ୍ଜର, ପାହାଡି, ବକରଓ୍ବାଲ ଓ ଦଳିତ ସଂରକ୍ଷଣକୁ ଛଡେଇ ନେବାକୁ ଚାହାନ୍ତି। ସେ କହିଛନ୍ତି, ରାହୁଲ ବାବା ଯେତେ ଚେଷ୍ଟା କଲେ ବି ଆମେ ଗୁଜ୍ଜର, ପାହାଡି, ବକରଓ୍ବାଲା ଓ ଦଳିତଙ୍କ ସଂରକ୍ଷଣ ହାତରେ ଲଗାଇବାକୁ ଦେବୁନି। ୩୭୦ ହଟିବା ପରେ ୭୦ ବର୍ଷ ପରେ ଜମ୍ମୁ-କଶ୍ମୀରର ମହିଳାଙ୍କୁ ଅଧିକାର ମିଳିଛି। କଂଗ୍ରେସ ଏନ୍‌ସି ଏହି ଅଧିକାର ଛଡେଇବାକୁ ଚାହାନ୍ତି।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.